ଅର୍ଥ ଓ ସ୍ବାର୍ଥ ବିଯୁକ୍ତ ସେବା ହିଁ ସମର୍ପଣ

ପୁରୀ : ଅର୍ଥ ଓ ସ୍ବାର୍ଥ ବିହୀନ ସେବା କରି ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ସୃଷ୍ଟି ହୁଅନ୍ତୁ।ସେବା ରେ ସମର୍ପଣ ଭାବ ରଖି ସମାଜ ର ସୁଖଦୁଃଖ ରେ ଭାଗିଦାର ହୁଅନ୍ତୁ ଓ ରକ୍ତଦାନ, ବୃକ୍ଷରୋପଣ,ସ୍ବଛତା ଏବଂ ଗରିବ ର ସେବା ସମର୍ପଣ ଅନୁଷ୍ଠାନର ଧ୍ୟେୟ ହେଉ ବୋଲି କହିଛନ୍ତି ସୂଚନା ଓ ଲୋକସଂପର୍କ ପୁରୀ ର ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ। ଅନୁଷ୍ଠାନ ର ସଭାପତି ପ୍ରଫେସର ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତା ଓ ସଂପାଦିକା ଜୟନ୍ତୀ ମହାପାତ୍ରଙ୍କ ପରିଚାଳନା ରେ ସମର୍ପଣ ଅନୁଷ୍ଠାନ ପକ୍ଷରୁ “ସେବା ଓ ସମର୍ପଣ” ଶୀର୍ଷକ ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସେଠୀ,ସେବା ସଂପର୍କରେ ଅନେକ ଉଦାହରଣ ଦେଇ ,ସମବେତ ସଦସ୍ୟମାନଙ୍କୁ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ହୋଟେଲ ଆସୋସିଏସନ୍ ର ପ୍ରମୁଖ ରାଜକିଶୋର ପାତ୍ର ଓ ବିଭୂଦତ୍ତ ସୁବୁଦ୍ଧି, ଡକ୍ଟର ବଦ୍ରି ମିଶ୍ର, ସାମ୍ବାଦିକ ମଧୁସୂଦନ ମିଶ୍ର, ଶିଳ୍ପପତି ଶିବ ନାରାୟଣ ସେନାପତି ଓ ଗୋବିନ୍ଦ ପାତ୍ର, ହାଇକୋର୍ଟ ର ବରିଷ୍ଠ ଅଧିବକ୍ତା ରଶ୍ମୀ ରଞ୍ଜନ ଦାଶ ଏଥିରେ ଯୋଗଦେଇ ଆଗାମୀ ଦିନ ପାଇଁ ଅନୁଷ୍ଠାନ ର କାର୍ଯ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କେଦାରନାଥ ମହାପାତ୍ର,ସୌମ୍ୟରଞ୍ଜନ ପାତ୍ର,ସାଗରିକା ରଥ,ଅଜୟ ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ। ଆଗାମୀ ଫେବୃଆରୀ ରେ ସମର୍ପଣ ଏକ ଜିଲ୍ଲାସ୍ତରୀୟ ସମାବେଶ କରିବେ ବୋଲି ସଂପାଦିକା ଜୟନ୍ତୀ ମହାପାତ୍ର ପ୍ରକାଶ କରିଛନ୍ତି।
