ଗୋବିନ୍ଦ ଗୋଧାମ ଗୋଶାଳାରେ ମହର୍ଷି ମହେଶ ଯୋଗୀଙ୍କ ୧୦୯ ତମ ଜନ୍ମଜୟନ୍ତୀ ପାଳିତ

ପୁରୀ : ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳାରେ ସୋମବାର ଦିନ ମହର୍ଷି ମହେଶ ଯୋଗୀ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ମହର୍ଷିଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପଣ୍ଡିତ ବଳରାମ ମିଶ୍ର, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣଚନ୍ଦ୍ର ଦାସ ଜୀ ମହାରାଜ, ଉତ୍ତରାଖଣ୍ଡର ଅମୃତା ନନ୍ଦ ଗିରୀ ଜୀ ମହାରାଜ, ଇନ୍ଦୋରର ଶ୍ୟାମ ସୁନ୍ଦର ଶାସ୍ତ୍ରୀ ପ୍ରମୁଖ ଯୋଗଦେଇ ମହର୍ଷିଙ୍କ ଦ୍ୱାରା ବେଦର ବିଶ୍ୱରେ ପ୍ରଚାର ପ୍ରସାର କରିବା ସହ ବ୍ରାହ୍ମଣଙ୍କ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ । ଶେଷରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କଦ୍ୱାରା ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।
