ପୁରୀ ତାଳବଣିଆ ଠାରେ ଲାଗିବ ୫୦୦୦ ତାଳ ଗଛ

ପୁରୀ : ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ ପୁରୀ ତାଳବଣିଆ ଠାରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଓ ସଦସ୍ୟ ମାନଙ୍କ ଦ୍ୱାରା ପ୍ରବଳ ବର୍ଷା ସତ୍ତ୍ୱେ ୫୦୦ ମଞ୍ଜି ରୋପଣ କରାଯାଇଛି।ଏକଦା ତାଳ ଗଛରେ ପରିପୂର୍ଣ୍ଣ ଥିବା ତାଳବଣିଆ ଅଞ୍ଚଳରେ ଆଉ ତାଳ ଗଛ ନାହିଁ। ବଜ୍ରପାତରୁ ସୁରକ୍ଷା ଦେବା ସହ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ଦେଇଥିବା ତାଳ ଗଛ ରୋପଣ ପାଇଁ ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି।ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସହ ପୁରୀ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ତାଳ ଗଛ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।ତାଳ ଗଛ ର ଅନେକ ଗୁରୁତ୍ୱ ରହିଛି। ତାଳ ଗଛ ଅଧିକ ଉଚ୍ଚ ହୋଇଥିବାରୁ ଏହା ପ୍ରାକୃତିକ କଣ୍ଡକ୍ଟର ଭାବେ କାମ କରେ ଏବଂ ବଜ୍ରପାତର କ୍ଷତିକୁ କମାଇଥାଏ। ତାଳ ଗଛ ମାଟି କ୍ଷୟ ରୋକେ।ଏହାର ଚେର ମାଟିକୁ ଦୃଢ଼ ଭାବେ ଜାବୁଡ଼ି ଧରି ମାଟି କ୍ଷୟ ହେବାରୁ ରକ୍ଷା କରେ।ଏହା ପକ୍ଷୀମାନଙ୍କୁ ଆଶ୍ରୟ ଦେବା ସହ ଗ୍ରାମ୍ୟ ପରିବେଶକୁ ସବୁଜ ଓ ସୁନ୍ଦର କରେ।

ଜିଲ୍ଲା ଦୋରା ସମାଜ ର ସମ୍ପାଦକ ଜଗନ୍ନାଥ ରାଓ କହିଛନ୍ତି ଏକଦା ତାଳ ବଣ ଭାବେ ପରିଚିତ ତାଳବଣିଆ ପୁରୀ ସହର କୁ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଶ୍ରୀ ମନ୍ଦିର କୁ ତାଳପତ୍ର ପ୍ରସ୍ତୁତ ଭୋଗେଇ ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାରେ ସାହାଯ୍ୟ କରୁଥିଲା ତାଳପତ୍ର ରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ତାଳପତ୍ର ଶିଳ୍ପୀ ମାନେ ନିଜର ଜୀବିକା ଓ କଳା ପ୍ରଦର୍ଶନ କରୁଥିଲେ। ଏପରିକି ତାଳପତ୍ର ଗୃହ ଗରିବ ଲୋକଙ୍କ ଆଶ୍ରୟ ସ୍ଥଳୀ ହେଉଥିଲା ।କିନ୍ତୁ କ୍ରମବର୍ଦ୍ଧିଷ୍ଣୁ ସହର ନିର୍ମାଣ ପାଇଁ ଏହି ବୃକ୍ଷ ନିଶ୍ଚିହ୍ନ ହେବାକୁ ବସିଛି ।ତେଣୁ ଦୋରା ସମାଜ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଇ ପ୍ରାଥମିକ ଭାବେ ୫୦୦୦ ମଞ୍ଜି ସଂଗ୍ରହ କରିଛି ।ସରକାର ଙ୍କ ପକ୍ଷରୁ ମଧ୍ୟ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଫରେଷ୍ଟ ବ୍ଲକ୍ ଏବଂ ବାଉଣ୍ଡରୀ ପିଲାର ଚାରିପାଖରେ ୧୯ ଲକ୍ଷରୁ ଅଧିକ ତାଳ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇ ସାଢ଼େ ୭ କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ କରାଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଫରେଷ୍ଟ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନ , ମତ୍ସ୍ୟଜୀବୀ ସଂଘ୍ ର ସମ୍ପାଦକ ବାବୁଲା ପ୍ରସାଦ, ବଳରାମ ରେଡି, ସମୁଦ୍ର କୂଳ ଥାନା ଅଧିକାରୀ ମାନସ ଚକ୍ର, ରାଜେଶ କୁମାର ନନ୍ଦ,ସଂଘର ସେକ୍ରେଟାରୀ ଜଗନ୍ନାଥ ରାଓ , ନରସିଂହ ରାଓ, ଭାସ୍କର ରାଓ, ପ୍ରଶାନ୍ତ ରାଓ, ଚନ୍ଦ୍ର ଶେଖର ଦୋରା, ସୁରେଶ ରାଓ, ଜଗନ୍ନାଥ ଦୋରା, ଦିବାକର ରାଓ, ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ କପିଳାସ ଦୋରା ଓ ଉମାପତି ଦୋରା ପରିଚାଳନା କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *