ଶ୍ରୀ ଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୪ ତମ ଆଗମନ ସ୍ମୃତିର ବିଶାଳ ସମାବେଶ ।

ପୁରୀ : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୂଣ୍ୟ ଉତ୍କଳ ଆଗମନର ୧୦୪ ତମ ଶୁଭ ମହୋତ୍ସବ ରବିବାର ଦିନ ତାଳବଣିଆ ପଡ଼ିଆରେ ଦିବସ ବ୍ୟାପି ଅନୁଷ୍ଠିତ ହୋଇ ଯାଇଅଛି। ତାଳବଣିଆ ଉତ୍ସବ ସ୍ଥଳରେ ଏକାଧିକ ମଣ୍ଡପ ମାଧ୍ୟମରେ ବିବିଧ ମାଙ୍ଗଳିକ କାର୍ଯ୍ୟକ୍ରମ ଯଥା ବ୍ରାହ୍ମମୁହୂର୍ତ୍ତେ ବେଦ ମାଙ୍ଗଳିକୀ ଓ ନହବତ,ପ୍ରତ୍ୟୁଷେ ଉଷାକିର୍ତ୍ତନ , ସକାଳ ୬.୨୨ ମିନିଟ ରୁ ଉଷାବିନତି,ଦର୍ଶନ, ପ୍ରଣାମ ଓ ପରେ ପୂଣ୍ୟ ଉତ୍ସବର ଶୁଭ ଉଦଘାଟନ ହୋଇଥିଲା।ଏହାପରେ ସତସଙ୍ଗ ଠାକୁର ବାଡ଼ିରୁ ସକାଳ ୭.୩୦ରେ ଶ୍ରୀ ବିଗ୍ରହଙ୍କୁ ରଥରେ ବସାଇ ରେଳ ଷ୍ଟେସନ, ସୁବାଷ ବୋଷ ଛକ ଦେଇ ତାଳବଣିଆ ପଡିଆକୁ ଏକ ଭବ୍ୟ ଶୋଭାଯାତ୍ରାରେ ହଜାର ହଜାର ଭକ୍ତମାନଙ୍କ ଗହଣରେ ଅଣାଯାଇଥିଲା।

ତାଳବଣିଆ ପଡ଼ିଆରେ ସଂଗୀତାଞ୍ଜଳି, ସାଧାରଣସଭା,ସତସଙ୍ଗୀ ସମ୍ମିଳନୀ, ଡି.ପି ସମ୍ମିଳନୀ, ଚିକିତ୍ସକ ସମ୍ମିଳନୀ, ମାତୃ ସମ୍ମିଳନୀ ,ଦିବା ୧୧ ଘଟିକା ରୁ ପ୍ରସାଦ ସେବନ ସହ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟୁନ ୫୦,୦୦୦ରୁ ଉର୍ଦ୍ଧ୍ବ ଭକ୍ତ ଅନୁରାଗୀ ଏହି ମହୋତ୍ସବରେ ଯୋଗଦାନ କରିଥିଲେ। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ସହଯୋଗରେ ଏହି ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି। ଉତ୍ସବ କମିଟିର ସଭାପତି ଡ. ସୁରେଶ ଦଳାଇ,ସମ୍ପାଦକ ଡ. ହୃଷିକେଶ ସେନାପତି, ଉପ ସଭାପତି ଡମ୍ବରୁଧର ଦାସ, ସହ ସମ୍ପାଦକ ନିରଞ୍ଜନ ବେହେରା,ସ୍ୱାଇଁ ଶ୍ରୀ ନୃସିଂହ ଶ୍ରୀଚନ୍ଦନ,ଅରୁଣ କୁମାର ସାହୁ,ଉମାକାନ୍ତ ସାହୁ,ପ୍ରଭାକର ଦାଶ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ସତସଙ୍ଗ ଦେଓଘର ର ସମ୍ପାଦକ ଡା. ବିନାୟକ ମହାପାତ୍ର, ପ୍ରତିୠତ୍ତ୍ୱିକ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।

Share the News .....

Leave a Reply

Your email address will not be published. Required fields are marked *