କନ୍ଧମାଳ ପୋଲିସ ଓ ୧୨୭ ସିଆରପିଏଫ୍ ଜୱାନ ମିଳିତ ଉଦ୍ୟମରେ ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ : କନ୍ଧମାଳ ଏସପି ହରିଶ ବିଶି ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା ଲକ୍ଷ୍ୟରେ କନ୍ଧମାଳ ପୋଲିସ। କନ୍ଧମାଳ ପୋଲିସ ଓ ୧୨୭ ସିଆରପିଏଫ୍ ବାଟାଲିୟନ ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ପୋଲିସ ପାଇଁ ଏକ ବଡ଼ ସଫଳତା। ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ମାଓ ସଂଗଠନ ଦୁର୍ବଳ ହେଉଥିବା ବେଳେ ଅନେକ ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତ ରେ ସାମିଲ ହେଉଥିବା ବେଳେ ଆଜି ସିଆରପିଏଫ୍ ୧୨୭ ବାଟାଲିୟନ ଓ କନ୍ଧମାଳ ପୋଲିସ ଦ୍ୱାରା ଆଣ୍ଟି ନକ୍ସଲ ଅପରେଶନ ଜରିଆରେ ବିପୁଳ ପରିମାଣର ବିଷ୍ପୋରକ ଓ ମାଓ ସାମଗ୍ରୀ ଜବତ କରିବା ସହ ମାଓ କ୍ୟାମ୍ପ ନଷ୍ଟ କରିଥିବା ସୂଚନା ମିଳିଛି। ସିଆରପିଏଫ କମାଣ୍ଡର ଏସଏଚ ସଚିନ ଙ୍କ ତତ୍ତ୍ଵାବଧାନରେ ସିଆରପିଏଫ ଓ କନ୍ଧମାଳ ପୋଲିସ ର ଏକ ସ୍ଵତନ୍ତ୍ର ଟିମ୍ କୋଟଗଡ଼ ବ୍ଲକ ପାରିଗଡ ପଞ୍ଚାୟତର ଗାଙ୍ଗେରି ସରୁ ଜଙ୍ଗଲ ଅଞ୍ଚଳରେ ଅପରେଶନ ଜୋରଦାର୍ କରି ମାଓ କ୍ୟାମ୍ପ୍ ଠାବ କରିବା ସହ ନଷ୍ଟ କରିଥିବା ସୂଚନା ମିଳିଛି।ଏହା ସହ ବିପୁଳ ପରିମାଣର ବିଷ୍ପୋରକ,ଔଷଧ,ବାସନ କୁସନ,ସୋଲାର ପ୍ୟାନେଲ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଜରୁରୀ କାଗଜପତ୍ର ଜବତ କରିଛି। ତେବେ ସେହି ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଯୋରଦାର ସର୍ଚ୍ଚ ଅପରେସନ୍ କରାଯାଉଥିବା ଜଣାପଡ଼ିଛି।
