ଗୀତା ଜ୍ଞାନ ଯଜ୍ଞ ଉଦଯାପିତ

ପୁରୀ : ସୁନ୍ଦରଦାସ ମଠ,ପୁରୀ ଠାରେ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିବାସ୍ତୁ ପ୍ରତିଷ୍ଠାନ ଓ ଅଲ ଓଡିଶା ବ୍ରାହ୍ମଣ ମହାସଭା ମିଳିତ ଆନୁକୂଲ୍ୟରେ ତିନିଦିନ ଧରି ଗୀତା ଜୟନ୍ତୀ ଉପଲକ୍ଷେ ଗୀତା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଅଛି । କ୍ଷେତ୍ରାଧିପତି ଆଧ୍ୟାତ୍ମିକ ପ୍ରତିଷ୍ଠାନ ର ସଭlପତି ଡ଼. ବଳରାମ ଦାଶ ଏଥିରେ ସଭାପତିତ୍ୱ କରି ଶ୍ରୀମଦ ଭଗବତ ଗୀତାର ମାହାତ୍ମ୍ୟ ଓ ବର୍ତ୍ତମାନ ସମାଜରେ ଏହାର ଆବଶ୍ୟକତା ସମର୍କରେ ଆଲୋକପlତ କରିଥିଲେ । କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ୱଳନ କରି ସୁନ୍ଦରଦାସ ମହାରାଜ ଉଦଘାଟନ କରିଥିଲେ । ସୁଶ୍ରୀ ଅଭିଲିପ୍ସା ଦାଶ ଦଶାବତାର ଗାନ କରିଥିଲେ । କଥାବାଚକ ଅଧ୍ୟାପକ ଦୟାନିଧି ପଣ୍ଡା ଶ୍ରୀମଦ ଭଗବତ ଗୀତା ବ୍ୟାଖ୍ୟା କରି ସନାତନ ଧର୍ମର ଆଭିମୁଖ୍ୟ ସମର୍କରେ ପ୍ରବଚନ ଦେଇଥିଲେ । ପୂର୍ବତ୍ତନ ପ୍ରଶାସକ ବିନୋଦ କୁମାର ପଣ୍ଡା ମୁଖ୍ୟ ବକ୍ତା ରୁପେ ଯୋଗଦେଇ ଗୀତା ଯଜ୍ଞର ଉପାଦେୟତା ସମ୍ପର୍କରେ ଆଲୋକ ପlତ କରିଥିଲେ । ସମାଜ ସେବୀ ମନୋଜ ରଥ ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ଗୀତା ବାଣୀର ପ୍ରଚାର ଓ ପ୍ରସାର ପାଈଁ ଉପଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତlନନ୍ଦ ଗିରି, ଭାରତୀ ମିଶ୍ର, ସସ୍ମିତା ମିଶ୍ର,ମଧୁସ୍ମିତା ମହାପାତ୍ର, ଅନନ୍ତ ଦାସ,ରାମଦାସ, ସନ୍ଧ୍ୟାରାଣୀ,ପ୍ରମୁଖ ଶତାଧିକ ଭକ୍ତ ଉପସ୍ଥିତ ରହି ଭଜନ, କୀର୍ତ୍ତନ, ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ମଠା ଧୀଶ ସୁନ୍ଦର ଦାଶ ପରିଚାଳନା କରି ଥିଲେ ।

Share the News .....

Leave a Reply

Your email address will not be published. Required fields are marked *