ପୁରୀରେ ବିଶାଳ ହିନ୍ଦୁ ସମ୍ମିଳନୀ

ପୁରୀ : ଗୁରୁବାର ହିନ୍ଦୁତ୍ତ୍ୱର ଜାଗରଣ ଓ ପରିବାର, ପରିବେଶ ଓ ଦେଶର ସୁରକ୍ଷା ଲକ୍ଷ୍ୟରେ ଶ୍ରୀରାମ ବସତିର ପେଣ୍ଠକଟା ମଙ୍ଗଳା ମନ୍ଦିରରେ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସରରେ ଶ୍ରୀରାମ ବସତି,ଅଙ୍ଗିରା ବସତି, ରାମଚଣ୍ଡୀ ବସତି ଓ ମରିଚି କୋଟ ବସତିର ମିଳିତ ଆନୁକୂଲ୍ୟରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପେଣ୍ଠକଟା ମଙ୍ଗଳା ମନ୍ଦିରରେ ଆୟୋଜିତ ହିନ୍ଦୁ ସମ୍ମିଳନୀରେ ସଂସ୍କୃତ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ଦାସ ଏବଂ ମୁକ୍ତିମଣ୍ଡପ ପାଣ୍ଡିତସଭାର ପଣ୍ଡିତ ଶ୍ରୀ ବିଚିତ୍ରାନନ୍ଦ ମିଶ୍ର ଅତିଥି ଭାବେ ମଂଚାସୀନ ଥିଲେ।କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରସ୍ଥ ଜୟଦେବ ସଭାଗାର ରେ ଆୟୋଜିତ ସମ୍ମିଳନୀ ହନୁମାନ ଚାଳିଶା ସଂଗୀତ ବାଦ୍ୟ ସହିତ ଆରମ୍ଭ ହୋଇଥିଲା । ଏହି ହିନ୍ଦୁ ସମ୍ମିଳନୀରେ ଶ୍ରୀମନ୍ଦିରର ଦେଉଳ ପୁରୋହିତ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ରାଧାବଲ୍ଲଭ ମଠ ର ମଠାଧୀଶ ରାମକୃଷ୍ଣ ଦାସ, ନେବଳଦାସ ମଠର ମଠାଧୀଶ ଡକ୍ଟର ରାମଚରଣ ଦାସ, ସଦାଶିବ ପରିସରର ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ମହାପାତ୍ର ଏବଂ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର ବକ୍ତା ଭାବେ ଯୋଗଦାନ କରିଥିଲେ।ଜାତି, ସଂପ୍ରଦାୟ, ପୋଷାକ, ଭାଷା ଓ ଉପାସନା ପଦ୍ଧତି ଆଦି ଭିତ୍ତିରେ ସନାତନୀ ହିନ୍ଦୁ ମାନଙ୍କୁ ଭାଗଭାଗ କରି ଉଭୟ ମୋଗଲ ଓ ଇଂରେଜଙ୍କ ଭଳି ବିଦେଶୀ ବିଧର୍ମୀ ଆକ୍ରମଣକାରୀ ମାନେ ଆମ ଉପରେ ଦୀର୍ଘବର୍ଷ ଶାସନ କରିଥିଲେ। ଗଣିତ, ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଜ୍ୟୋତିଷ, ବୈଷୟିକ ବିଦ୍ୟା, ସମାଜ ଓ ପରିବାର ବ୍ୟବସ୍ଥା, ସ୍ବାସ୍ଥ୍ୟରକ୍ଷା ଓ ଚିକିତ୍ସା ବିଜ୍ଞାନ ଆଦିରେ ଯାହା ସର୍ବଶ୍ରେଷ୍ଠ ତାହା ବିଶ୍ବକୁ ସନାତନୀହିନ୍ଦୁ ପରଂପରା ର ଦାନ ବୋଲି ପ୍ରବୀଣ ବକ୍ତାଗଣ ଉଭୟ ସ୍ଥାନର ବିଶାଳ ହିନ୍ଦୁ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ। ଉଭୟ ସମ୍ମିଳନୀରେ ସହରର ବହୁ ରାଷ୍ଟ୍ରପ୍ରେମୀ ସନାତନୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ନିଜ ନିଜର ବକ୍ତବ୍ୟରେ ବକ୍ତାଗଣ ହିନ୍ଦୁ ଧର୍ମର ମହନୀୟତା ପ୍ରତିପାଦିତ କରିବାସହିତ ଆମେ ପ୍ରତ୍ୟେକ ହିନ୍ଦୁ ପ୍ରତିଦିନ ଭାଗବତ ଓ ଗୀତା ପଢ଼ିବା ଆବଶ୍ୟକ।ଆମ ଧର୍ମକୁ ଆମେ ଭଲ ପାଇ ଆମ ଆଚରଣରେ ହିନ୍ଦୁତ୍ତ୍ଵର ମହାନତା ପ୍ରଦର୍ଶିତ ହେଲେ ଭାରତ ବିଶ୍ଵଗୁରୁ ହେବ। ହିନ୍ଦୁତ୍ତ୍ୱ ବଞ୍ଚିଲେ ଭାରତ ବଞ୍ଚିବ। ରାଷ୍ଟ୍ରର ନାଗରିକ ଉତ୍ତମ ହେଲେ ରାଷ୍ଟ୍ର ଉତ୍ତମ ହେବ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ର କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଇନଜୀବୀ ମହାବୀର ରୂଦ୍ରନାରାୟଣ ସାହୁ ପ୍ରାରମ୍ଭିକ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ବରିଷ୍ଠ ଆଇନଜୀବୀ ସ୍ବପ୍ନାନନ୍ଦ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *