ଇକୋକ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ

ପୁରୀ : ପୁରୀ ସଦର ବ୍ଲକ ମଣ୍ଡଳ ସ୍ତରୀୟ ଇକୋ କ୍ଲବ ପ୍ରଦର୍ଶନୀ ଶୁକ୍ରବାର ପୂର୍ବାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ୪୦ ଗୋଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା।ଏହି ପ୍ରଦର୍ଶନୀକୁ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଉଦଘାଟନ କରିବାସହ ପରିବେଶ ସଚେତନତା ପାଇଁ ଇକୋ କ୍ଲବର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସମଗ୍ର ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ନେଇ ଉଦବେଗ ପ୍ରକାଶ ପାଇଛି। ବ୍ୟାପକ ବୃକ୍ଷ କଟା, ପ୍ଲାଷ୍ଟିକ ବ୍ୟବହାର, ଜଳବାୟୁ ଇତ୍ୟାଦି ପ୍ରଦୁଷଣ ଯୋଗୁ ଜୀବଜଗତ ଉପରେ କୁ ପ୍ରଭାବ ପଡୁଛି। ଏହାକୁ ବ୍ୟାପକ ଜନ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ। ବୃକ୍ଷରୋପଣ, ଜଳ ସଂରକ୍ଷଣ, ଜଳର ସଦୁପଯୋଗ, ବର୍ଷାଜଳ ଅମଳ ଇତ୍ୟାଦି ଆମ ସମସ୍ତଙ୍କ ଉତ୍ତରଦାୟୀତ୍ୱ ହେବା ଉଚିତ ବୋଲି ସେ କହିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ସାହୁ, ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଅଭିଭାବକ ଶିକ୍ଷକ ସଂଘର ସଭାପତି ସୂର୍ଯ୍ୟ ନାଥ ପୂଜପଣ୍ଡା ପ୍ରମୁଖ ଯୋଗ ଦେଇ ପରିବେଶ ପ୍ରଦୂଷଣ ଓ ଇକୋ କ୍ଲବ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅମ୍ରିତା ସାହୁ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଶିକ୍ଷୟତ୍ରୀ ଅଳକାନନ୍ଦା ଓ ବୈଶାଳିନୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ବିମଳା କୁମାରୀ ସେନାପତି, ଏନସିସି ଅଫିସର ଶୋଭାମଣୀ ସ୍ୱାଇଁ, ସଂଗୀତା ନାୟକ, ଶିକ୍ଷକ ସୌଭାଗ୍ୟ କୁମାର ସାହୁ, ଗାଇଡ ଶିକ୍ଷକ ସ୍ୱର୍ଣ୍ଣଲତା ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ।

Share the News .....

Leave a Reply

Your email address will not be published. Required fields are marked *