ସୁଗନ୍ଧିତ ପୁଷ୍ପର ମହକରେ ଉଦଯାପିତ ହେଲା ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର : ସୁଗନ୍ଧିତ ପୁଷ୍ପର ମହକରେ, ଉଦଯାପିତ ହେଲା, ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଦୁଇହଜାର ପଚିଶ । ରଙ୍ଗବେରଙ୍ଗ ତଥା ଭଳିକି ଭଳି ଫୁଲ ସମ୍ଭାରରେ, ପରିପୂର୍ଣ୍ଣ, ଏକାମ୍ର କାନନ ସତେ ଯେପରି ଲାଗୁଥିଲା, ନବବଧୂ ସଦୃଶ । ପ୍ରତିବର୍ଷ ପରି, ଚଳିତବର୍ଷ, ଭୁବନେଶ୍ୱରସ୍ଥିତ ଏହି କାନନରେ, ଏକତ୍ରିତ ହୋଇଥିଲେ,ପୁଲ ଚାଷୀ, ଦେଖଣାହାରୀ ତଥା ଫୁଲପ୍ରେମୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ବିଗ୍ରହ ସହିତ ତିନିରଥ ଏବଂ ବୁଦ୍ଧଦେବଙ୍କ ସମ୍ମିଳିତ ପୁଷ୍ପ ପ୍ରଦର୍ଶନୀ ଏ ବର୍ଷ ର ମୁଖ୍ୟ ଆକର୍ଷଣ ଥିଲା । ଚଳିତ ବର୍ଷ ଅହେତୁକ ମାତ୍ରାରେ ବୃକ୍ଷ ତଥା ପୁଷ୍ପପ୍ରେମୀ ଏକାଠି ହୋଇ, ଏ ନିଆରା ପ୍ରଦର୍ଶନୀକୁ ସ-ପରିବାର ଉପଭୋଗ କରିଥିଲେ । ଏହାକୁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ, ଆୟୋଜନ କରାଯାଇଥିବା ବେଳେ ଏହାକୁ ଦେଖିବା ଲାଗି, ଦର୍ଶକଙ୍କ ସୁଅ ଛୁଟିଥିଲା ।

Share the News .....

Leave a Reply

Your email address will not be published. Required fields are marked *