ଡେଲାଙ୍ଗ ଓ ପିପିଲି ଥାନା ଦ୍ୱାରା ୩ ନାବାଳିକା ଓ ନାବାଳକ ଉଦ୍ଧାର

ପିପିଲି : ପିପିଲି ଥାନାରେ ଅଭିଯୋଗକାରୀ ପ୍ରସନ୍ନ କୁମାର ପ୍ରଧାନ ଆସି ଲିଖିତ ଅଭିଯୋଗ ଦେଇଥିଲେ ଯେ, ସେ ଗତ ଦୁଇ ବର୍ଷ ଧରି ନିର୍ମଳ ଗାଁର ଫାର୍ମହାଉସରେ କାମ କରୁଥିବା ସହ ତାଙ୍କ ଗ୍ରାମରେ ରହୁଥିଲେ। ଅଭିଯୋଗକାରୀ ପିପିଲି ଥାନାରେ ତାଙ୍କ ନାବାଳିକା ଝିଅ (ବୟସ– 15) ତା. 06.11.2025 ଦିନ ସନ୍ଧ୍ୟା 5ଟାରେ ଟ୍ୟୁସନ୍ ପଢିବାକୁ ଯାଇ ଆଉ ଫେରିନଥିଲେ। ସମସ୍ତ ସ୍ଥାନରେ ଖୋଜିଲେ ମଧ୍ୟ ମିଳିନଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ଗାଁର ପ୍ରଶାନ୍ତ ବେହେରା ଓରଫ୍ ହ୍ୟାପି ତାଙ୍କ କନ୍ୟାକୁ ଅପହରଣ କରିଛି। କେଶ ନ 685, ତା. 07.11.2025, ଧାରା– 137(2) BNS ଅନୁସାରେ ପ୍ରଶାନ୍ତ ବେହେରା ଓରଫ୍ ହ୍ୟାପି ନାମରେ ଅଭିଯୋଗ ରେଜିଷ୍ଟ୍ର ହୋଇଥିଲା। ଏହି ଅଭିଯୋଗ ଉପରେ ପିପିଲି ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ଏକ ପୁଲିସ ଟିମ୍ ପ୍ରୟାସରେ ମାତ୍ର 24 ଘଣ୍ଟା ମଧ୍ୟରେ ନାବାଳିକା କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇଟି କେଶରେ ଡେଲାଙ୍ଗ ଥାନା ଦ୍ୱାରା ଦୁଇଟି ନାବାଳକ ଉଦ୍ଧାର କରାଯାଇଛି।

ପୁରୀ ପୁଲିସ ଦ୍ୱାରା ଜଣେ ନାବାଳିକା ଓ ଦୁଇଜଣ ନାବାଳକ ସଫଳତାର ସହ ଉଦ୍ଧାର କରି ପରିବାରବର୍ଗଙ୍କ ଜିମ୍ମାରେ ଦିଆଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *