ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମାଆ ତଥା ଅଜାଆଈ ସମ୍ମିଳନୀ ।

ପୁରୀ : ଶନିବାର‌ ଅପରାହ୍ଣ ୩ ଘଟିକା ସମୟରେ ପୁରୀ ଘୋଡ଼ାବଜାରରେ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଶିଶୁମାନଙ୍କ ଜେଜେବାପା ଜେଜେମାଆ ତଥା ଅଜାଆଈଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୨୦୦୮ ସ୍ଥାନୀୟ ବିଦ୍ୟାଳୟ ପରିପ୍ପଳନା ସମିତିର ସମ୍ପାଦକ ତ‌ଥା ଜଣେ ସଂସ୍କୃତ ଶିକ୍ଷାବିତ୍ ଓ ମାଧମିକ ସଂସ୍କୃତ ଶିକ୍ଷା ବିଭାଗର ବିଶେଷଜ୍ଞ ମାନନୀୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ ପ୍ରପୁଲ କୁମାର ମିଶ୍ର ମଂଚାସୀନ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ସମ୍ମିଳନୀର ଅଭିମୁଖ୍ୟ ବ୍ୟକ୍ତ କରିଥିଲେ । ପରେ ପରେ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ମାନନୀୟ ଉପସଭାପତି ଡଃ ସୀମାଂଚଲ ପଣ୍ଡା, ମାନନୀୟ ଅରବିନ୍ଦ ଦାସ (ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ), ସଦସ୍ୟା ସନ୍ତୋଷିନୀ ନାୟକ ମଂଚରେ ଉପସ୍ଥିତ ଥିଲେ । ଶିଶୁଭାଇଭଉଣୀ ତଥା ଗୁରୁଜୀ ଗୁରୁମାଙ୍କ ଦ୍ଵାରା ପିତୃ ଓ ମାତୃତୁଲ୍ୟ ଜେଜେବାପା ଜେଜେମାଆ ତଥା ଅଜାଆଈଙ୍କୁ ମଂଚରେ ପୂଜନ କରାଯାଇଥିଲା । ମାନନୀୟ ମୁଖ୍ୟବକ୍ତା ପରିବାର ପ୍ରବୋଧନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଜେଜେ ବାପା, ଜେଜେ ମାଆ ତଥା ଅଜାଆଈଙ୍କ ଅନୁଭୂତି କଥନ ମର୍ମସ୍ପର୍ଶୀ ହୋଇଥିଲା । ଶିଶୁ ଭାଇଭାଉଣୀମାନଙ୍କ ଦ୍ଵାରା ଆଦର୍ଶ ପରିବାରରେ ନମୂନା ରୂପକ ବାଲନାଟ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥୁଲା । ପରିଶେଷରେ ବିଦ୍ୟାଳୟର କୋଷାଧକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *