ରାଜ୍ୟସ୍ତରୀୟ କ୍ରୀଡ଼ାରେ ପୁରୀ ଜିଲ୍ଲାର ଲଗାତାର ତୃତୀୟ ବାଜିମାତ ।

କେନ୍ଦୁଝର : କେନ୍ଦୁଝର ଡି.ଏନ ଉଚ୍ଚବିଦ୍ୟାଳୟରେ ୬ ତାରିଖ ରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ ବାଳକ ବାଳିକା ୬୯ ତମ ବିଦ୍ୟାଳୟ ସମୁହ ଖୋ ଖୋ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ବାଳକ ଓ ବାଳିକା କ୍ରୀଡାବିତ୍ ସୀତାକାନ୍ତ ରାଉତରାୟ ଓ ଲିପିକା ଭୋଇଙ୍କ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ବାଳକ ଦଳ ଓ ବାଳିକା ଦଳ ପ୍ରାରମ୍ଭରୁ ଦମଦାର କ୍ରୀଡ଼ା ପ୍ରଦର୍ଶନ କରି ବିଜୟ ଧାରାକୁ କ୍ରମାଗତ ଭାବେ ବଜାୟରଖି ବାଳକଦଳ ସେମିଫାଇନାଲରେ ସୁନ୍ଦରଗଡ଼କୁ ଏକତରଫା ପରାସ୍ତ କରି ଫାଇନାଲରେ ଜଗତସିଂପୁରକୁ ୫ ପଏଣ୍ଟରେ ପରାସ୍ତ କରି କ୍ରମାଗତଭାବେ ତୃତୀୟବର୍ଷ ବିଜେତାର ହକଦାର ହୋଇଛନ୍ତି। ସେହିପରି ବାଳିକା ଦଳ ସେମିଫାଇନାଲରେ ବାଲେଶ୍ଵରଠାରୁ ୩ ପଏଣ୍ଟରେ ପରାସ୍ତ ହୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ପୁରୀଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ , ସହ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଦ୍ଵିତିକାନ୍ତ ପ୍ରଧାନ, ଶାରିରୀକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା କ୍ରୀଡ଼ାଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ ଶୁଭେଛା ଜଣାଇବାସହ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ କାମନା କରିଛନ୍ତି। ସେହିପରି ଶନିବାର ୮ ତାରିଖରୁ ୧୪ ବର୍ଷରୁ କମ ବାଳକ ଓ ବାଳିକା ଦଳ ସଂଗ୍ରାମ ମହାନ୍ତି ଓ ଚିନ୍ମୟୀ ଚିରଞ୍ଜିଵୀ ମହାନ୍ତି ଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଛନ୍ତି ଓ ବିଜୟ ସଫଳତା କୁ ବଜାୟ ରଖିବେ ବୋଲି ମତପ୍ରକାଶ କରିଛନ୍ତି। ବୈଷୟିକ ଅଧିକାରୀ ସୂର୍ଯ୍ୟନାରାୟଣ ଜେନା , ବିଭୂତି ଭୂଷଣ ରାଉତ, ବୀରବର ଭଟ୍ଟ ଓ ଅଧିର ବରାଳ ଯୋଗଦେଇ କ୍ରୀଡ଼ା ପରିଚାଳନାରେ ସହଯୋଗ କରୁଛନ୍ତି।

Share the News .....

Leave a Reply

Your email address will not be published. Required fields are marked *