ସ୍କାଉଟ୍ ଗାଇଡର ୭୫ତମ ପ୍ରତିଷ୍ଠା ଦିବସ

ପୁରୀ   : ନଭେମ୍ବର ମାସ ୭ ତାରିଖ ଭାରତ ସ୍କାଉଟସ୍ ଓ ଗାଇଡ଼ସର “ପ୍ରତିଷ୍ଠା ଦିବସ” ପ୍ରତିବର୍ଷ ପାଳିତ ହୋଇ ଆସୁଅଛି l ବିଶେଷ କରି ଚଳିତ ବର୍ଷ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶର ସମସ୍ତ ସ୍କାଉଟ ଓ ଗାଇଡ ସଂଗଠନର ସଦସ୍ୟ ମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ଏହି ପ୍ରତିଷ୍ଠା ଦିବସଟିକୁ ପାଳିତ କରିବା ସହ ଏହି ଦିବସଟିକୁ ସ୍ମରଣୀୟ କରିବା ପାଇଁ ଆମ ପୁରୀ ଜିଲ୍ଲାର ସମସ୍ତ କବ୍, ବୁଲ୍ ସ୍କାଉଟ ଗାଇଡ, ରୋଭର ରେଞ୍ଜର ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ରାଜ ରାସ୍ତାରେ ସଚେତନତା ରାଲି କରିବା ସହିତ ସ୍କାଉଟ ଏବଂ ଗାଇଡର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ସ୍ମାରକୀ ଚିତ୍ରଟିକୁ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲା ସ୍କାଉଟ ସଚିବ ମହେନ୍ଦ୍ର କୁମାର ବିଶ୍ବାଳଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ଏହି ଅବସରରେ ପୁରୀ ସହରର ସମସ୍ତ ବିଦ୍ୟାଳୟର ଏକ ମିଳିତ ଶୋଭାଯାତ୍ରା ବଳଗଣ୍ଡି ସରକାରୀ ଉଚ୍ଚବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ ଏହା ପରେ ଜିଲ୍ଲା ସ୍କାଉଟ ମୁଖ୍ୟ କମିଶନର ଦୀପକ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଏହିଦିନଟିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍କାଉଟ ସଂଗଠକ ଦେବାଶିଷ ମିଶ୍ର ଗାଇଡ ସଂଗଠକ ମିନାକ୍ଷୀ ମିଶ୍ର ସ୍କାଉଟ ମାଷ୍ଟର ନିରଞ୍ଜନ ରିପୂ, ସତ୍ୟନାରାୟଣ ପ୍ରଧାନ, ପ୍ରକାଶଚନ୍ଦ୍ର ଦାଶ, ନିରଞ୍ଜନ ପରିଡା ଗାଇଡ କ୍ୟାପଟେନ ସସ୍ମିତା ରାଉତରାୟ, ଭାଗ୍ୟଶ୍ରୀ ସେଠି, ମୌସୁମି ମହାପାତ୍ର, ସୁଶାନ୍ତି ମହାପାତ୍ର, ଅଞ୍ଜଳି ପରିଡା ରୋଭର ଲିଡର ପ୍ରଶାନ୍ତ କୁମାର ମୁଦୁଲି, ରେଞ୍ଜର ଲିଡର ରେଖା ମାନସିଂହ, ଆରତୀ ମହାନ୍ତି ଯୋଗଦେଇଥିଲେ l

Share the News .....

Leave a Reply

Your email address will not be published. Required fields are marked *