ଓଡ଼ିଶା ଧ୍ୟାନ ମହାଯଜ୍ଞ ଉଦଯାପିତ 

ପୁରୀ : ‘ଧ୍ୟାନଯୋଗ ଟ୍ରଷ୍ଟ’ ପକ୍ଷରୁ ପୌର ସଦନ ଠାରେ ଆୟୋଜିତ ତ୍ରିଦିବସୀୟ ଓଡ଼ିଶା ଧ୍ୟାନ ମହାଯଜ୍ଞ -2025 ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ଅବସରରେ ‘ସିଦ୍ଧ ମହାବୀର ସଙ୍ଗୀତ ପରିଷଦ’ ପକ୍ଷରୁ ଶ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚନାରୁ ଗୁରୁ ସତ୍ୟପ୍ରିୟ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ଶ୍ରୀଶ୍ରୀ ଜଗନ୍ନାଥାଷ୍ଟକମ୍’ ସମବେତ କଣ୍ଠରେ ପରିବେଷଣ କରାଯାଇଥିଲା I ଏଥିସହ ‘ଲିଙ୍ଗରାଜ କଳା ନିକେତନ’ ଅନୁଷ୍ଠାନ ପକ୍ଷରୁ ନୃତ୍ୟାଚାର୍ଯ୍ଯ ଗୁରୁ ଦୁର୍ଗାଚରଣ ରଣବୀର ଙ୍କ ମାର୍ଗଦର୍ଶନରେ ଓଡ଼ିଶୀ ‘ଦଶାବତାର’ ଗୁରୁ ମନୋଜ କୁମାର ପ୍ରଧାନ ଏବଂ ଗୁରୁ ଜଗନ୍ନାଥ ମିଶ୍ର ଙ୍କ ନିର୍ଦ୍ଦେଶନାରେ ପରିବେଷିତ ହୋଇ ଉପସ୍ଥିତ କଳାପ୍ରେମୀ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଏହି ଆଧ୍ୟାତ୍ମିକ ସମାରୋହରେ ବିଶିଷ୍ଟ ଧ୍ୟାନୀ ତଥା ପରିବେଶବିତ୍ ପରିଣିତା ପତ୍ରୀ ,ବ୍ରହ୍ମଶ୍ରୀ ପ୍ରେମନାଥ ଜୀ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ,ମାଧବୀ ଧାତ୍ରୀକା,ଦେବଯାନୀ ଗିରି, ଅଭିପ୍ସା ଦାଶ, ଅନିନ୍ଦିତା ପୂଜାରୀ ,ତାପସ ଦାସ ମହାପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମର ସଂଚାଳକ ଓ ଗୁରୁ ମାନଙ୍କୁ ଉତ୍ତରୀୟ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ବିରଞ୍ଚିନାରାୟଣ ସାମଲ ଙ୍କ ଦ୍ଵାରା ସମ୍ପାଦିତ ଦ୍ୱିମାସିକ ଆଧ୍ଯାତ୍ମିକ ପତ୍ରିକା ‘ଧ୍ୟାନ ଯୋଗ’ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା I ଧ୍ୟାନଯୋଗ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟୀ ଇପସିତା ପୂଜାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I ଦେଶ ବିଦେଶରୁ ଧ୍ୟାନୀ ପ୍ରତିନିଧି ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ I

Share the News .....

Leave a Reply

Your email address will not be published. Required fields are marked *