ଶିଶୁଦିବସ ଉପଲକ୍ଷେ ଭୋଲାନାଥ ହାଇସ୍କୁଲ୍ରେ କୁମ୍ଭାରପଡା ପୋଲିସ୍ଙ୍କ ବିଶେଷ କାର୍ଯ୍ୟକ୍ରମ

ପୂରୀ : ପୁରୀର ଏସ ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ଶିଶୁଦିବସ ଉପଲକ୍ଷେ ପୁରୀର ଭୋଳାନାଥ ହାଇସ୍କୁଲରେ ବିଶେଷ କାର୍ଯ୍ୟକ୍ରମରେ IIC କୁମ୍ଭରପାଡା ଶ୍ରୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଥିଲେ ବିନୋଦିନୀ ମହାପାତ୍ର, ସସ୍ମିତା ରାଉତ, ଲକ୍ଷ୍ମୀପ୍ରିୟା ରାୟ, ମଧୁସ୍ମିତା ରାମସିଂହ, ବାମନ ଚରଣ ସାହୁ, କୃଷ୍ଣପ୍ରିୟା ପାଢୀ, ଜମୁନା ବାରିକ, କୃଷ୍ଣ ହଳଦର, ପବିତ୍ର ରାଉଳ, ଚିନ୍ମୟୀ ଜେନା, ବିଚିତ୍ର କୁମାର ବାରିକ, ଭାସ୍କର ବିଶ୍ୱଳ, ନମିତା ବାରିକ, ନିରଞ୍ଜନ ମିଶ୍ର, କାର୍ତ୍ତିକ ମହାରଣା, ସ୍ମିତାରଣୀ ପ୍ରହରାଜ, ପଙ୍କଜିନୀ ଜେନା, ମିଲି ବେହେରା ।
ଶିଶୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମକ୍ ପାର୍ଲାମେଣ୍ଟ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଠାରେ ଛାତ୍ରମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଦେଶ ଗଠନ, ଶିକ୍ଷା, ନୀତି-ନିୟମ ଏବଂ ସମାଜିକ କର୍ତ୍ତବ୍ୟ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ।
