ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଶ୍ରୀଯୁକ୍ତ ଅମିତ ସାହା ଙ୍କୁ ବାଲୁକା ଆନିମେସନ ମାଧ୍ୟ୍ୟମରେ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି |

ପୁରୀ : ଭାରତ ର ପ୍ରସିଦ୍ଧ ରାଜନେତା ତଥା ଗୃହମନ୍ତ୍ରୀ ଅମିତ ସାହା ଙ୍କ 61 ତମ ଜନ୍ମଦିନ ରେ ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକାଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି | ଏଥିରେ ସେ ଅମିତ ସାହା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |
ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା | ଏହି ଭିଡ଼ିଓ ଟି 1ମିନିଟ ର ଅଟେ| ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟି କୁ ଓଡିଶା, ପୁରୀ ରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ଷ୍ଟୁଡ଼ିଓରେ ପ୍ରସ୍ତୁତ କରିଛନ୍ତି|ଏଥିରେ ସେ “Wishing a visionary Leader, Happy Birthday Shri Amit Shah ji” ର ବାର୍ତ୍ତା ଦେଇଛନ୍ତି |
