ୱାଇ-କପ୍ ୨୦୨୫ : ଜଳବାୟୁ ପରିବର୍ତନ ର ମୁଖ୍ୟସାଧନ ଭାବେ ଯୁବ ସମାଜର ଗୁରୁ ଦାୟିତ୍ୱ

ପୁରୀ : ଜଳବାୟୁ ପରିବର୍ତନ ର ମୁଖ୍ୟସାଧନ ଭାବେ ବର୍ତ୍ତମାନ ଯୁବଶକ୍ତି ଆଗଭର ହେବା ଉଚିତ। ଜଳବାୟୁ ପରିବର୍ତନରେ ଶିଶୁ, ସାଧାରଣ ଜନତା ଓ ବିଶେଷ ଭାବେ ମହିଳା ମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହାର ସୁଦୂର ପ୍ରସାରି ସମାଧାନସକାଶେ ସମୟ ଉପନୀତ ବୋଲି ଆଜି ପୁରୀ ଠାରେ ଆୟୋଜିତ ଆଇନା, ଏଫ ଇ ଏସ, ୱେଲକାମ ଓ ୟୁଥ ଫର ୱାଟରର ୱାଇ -କପ ୨୦୨୫ ଦୁଇଦିନିଆ “ସମ୍ଭବନାମୟ ସମ୍ମିଳନୀ “ଅବସରରେ ବହୁ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି।
ଓଡିଶା ର ଜଳ ପୁରୁଷ ଭାବେ ଖ୍ୟାତ ରଞ୍ଜନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟରେ ପ୍ଲାଷ୍ଟିକମୁକ୍ତ ପିକନିକ ପାଳନ ସହ ପ୍ରାକୃତିକ ଦୁର୍ବିପାକ ସମୟରେ କ୍ଷତିର ସାମ୍ନା କରୁଥିବା ପ୍ରତ୍ୟେକ ବର୍ଗଙ୍କ ସମସ୍ୟାର ସମାଧାନ ସକାଶେ ବହୁ ସାମାଜିକ ସଂଗଠନ ର କାର୍ଯ୍ୟକର୍ତ୍ତା ମତ ବିନିମୟ କରିଥିଲେ। ଜଣେ କୁନି ଝିଅ ଆଦ୍ୟା ଜଗଦେବ ମହାପାତ୍ର ନିଜର ସଂକ୍ଷିପ୍ତ ଅଭିଭାଷଣ ରେ ପ୍ଲାଷ୍ଟିକ ସମସ୍ୟା କିପରି ଦିନକୁ ଦିନ ବୃଦ୍ଧିପାଉଛି ଏବଂ ଜୀବନ ର ପ୍ରତିସ୍ତର ରେ ପ୍ଲାଷ୍ଟିକ ବ୍ୟବହାରକୂ କମାଇ ପରିବେଶ ବନ୍ଧୁତ୍ୱକୂ ଆଗ୍ରହୀ ହେବାକୁ ଆହ୍ୱାନ ଦେଇଥିଲେ। ବିଶେଷକରି ଯୁବସମାଜ ବର୍ତମାନଠାରୁ ଯଦି ପରିବେଶ ସୁରକ୍ଷା ଦେବାରେ ବ୍ରତୀହେବେ ତଥା ପ୍ଲାଷ୍ଟିକମୁକ୍ତ ଜୀବନଧାରଣ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିବା ସକାଶେ ଆଗଭର ହେବାକୁ ଜଳପୁରୁଷ ରଞ୍ଜନ ପଣ୍ଡା ଆହ୍ୱାନ ଦେଇଥିବା ବେଳେ, ଆଡ଼ ଏଟ ଆକ୍ସନ ର ମୁଖ୍ୟ ଉମି ଡାନିଏଲ ଜଳବାୟୁ ପରିବର୍ତନ ସକାସେ ହେଉଥିବା ସ୍ଥାନାନ୍ତରଣ ସମସ୍ୟା ସମ୍ପକରେ ଆଲୋକପାତ କରିଥିଲେ। ଖାଦ୍ୟ ଅଧିକାର ଅଭିଯାନର କାର୍ଯ୍ୟକର୍ତ୍ତା ସମୀତ ପଣ୍ଡା ଜଳବାୟୁ ପରିବର୍ତନରେ ଉତ୍ପନ୍ନ ଖାଦ୍ୟସଙ୍କଟର ସମାଧାନ ସକାଶେ ବିଭିନ୍ନ ଉପାୟର ଅବତାରଣା କରିଥିଲେ। ପ୍ରଥମ ଦିନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ପ୍ରଦୂଷଣ ଦୂରୀକରଣ ଶୀର୍ଷକ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।
ପରେ ପରେ ୟୁଥ ଫର ୱାଟର ଇନିସିଆଟିଭ ତରଫରୁ ସମସ୍ତ ଅଂଶଗ୍ରହଣକାରୀ ପ୍ରତିନିଧି ନୀଳାଦ୍ରି ବିଚ ରେ ସମାବେଶ ହୋଇ ପ୍ଲାଷ୍ଟିକମୁକ୍ତ ପିକନିକକୂ ଗୁରୁତ୍ୱ ଦେବା ଓ ଜନସାଧାରଣରେ ତାହାକୁ ପରିବ୍ୟାପ୍ତ କରିବାକୁ ଶପଥ ନେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ସସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *