ପୂଜ୍ୟପୂଜା ସଂସଦ ପକ୍ଷରୁ ରାଷ୍ଟ୍ରଗୀତ “ବନ୍ଦେ ମାତରଂ “ର ୧୫0 ବର୍ଷ ପୂର୍ତ୍ତି ଉତ୍ସବ ପାଳନ

ପୁରୀ : ପରାଧୀନ ଭାରତକୁ ଶୃଙ୍ଖଳ ମୁକ୍ତ କରିବା ପାଇଁ ହୋଇଥିବା ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେବା ନିମନ୍ତେ “ବନ୍ଦେ ମାତରଂ ” ରାଷ୍ଟ୍ର ଗୀତ ଗାନ କରି ହଜାର ହଜାର ସଂଖ୍ୟାରେ ଦେଶର ବୀରପୁତ୍ରମାନେ ଫାଶୀରେ ଝୁଲି ପ୍ରାଣ ବଳିଦାନ କରିଥିଲେ l ପୂଜ୍ୟପୂଜା ସଂସଦ ପକ୍ଷରୁ ପୁରୀସ୍ଥିତ ସଂଜୀବନୀ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦେବ ଦେଶ ମାତୃକାର ସୁରକ୍ଷାପାଇଁ ଚରମ ତ୍ୟାଗ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l
ସଂସଦର ରାଜ୍ୟ ସମ୍ପାଦକ ବାଙ୍କନିଧି ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଦେବେନ୍ଦ୍ର ତରାଇ, ବରିଷ୍ଠ ନେତା ପ୍ରଭଞ୍ଜନ ମହାପାତ୍ର ଓ ପର୍ଶୁରାମ ବିଶୋଇ ପ୍ରମୁଖ ବନ୍ଦେ ମାତରଂ ରାଷ୍ଟ୍ରଗୀତ ଖାଲି ଏକ ସଂଗୀତ ନୁହେଁ ସ୍ୱାଧୀନତା ସଂଗ୍ରାମର ଉଦାତ୍ତ ଦେଶ ଭକ୍ତିର ଅନ୍ତଃ ସ୍ୱର ବୋଲି କହିଥିଲେ l ସଂସଦର ଅନ୍ୟତମ ସମ୍ପାଦକ ହରିହର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭରେ ଶ୍ରୀ ଜଗଦେବ ସଂପୂର୍ଣ୍ଣ ବନ୍ଦେ ମାତରଂ ରାଷ୍ଟ୍ରଗୀତ ଗାନ କରିଥିଲେ l ଶେଷରେ ବନ୍ଦେ ମାତରଂ ରାଷ୍ଟ୍ର ଗୀତ ଉତ୍ସବ ସାରା ରାଜ୍ୟରେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ l

Share the News .....

Leave a Reply

Your email address will not be published. Required fields are marked *