ମହିଳା ଦିବସ ରେ ଶ୍ରେଷ୍ଠ ମହିଳାଙ୍କୁ ସମ୍ବର୍ଦ୍ଧନା

ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ତାଳବଣିଆ ଠାରେ ଅନୁଷ୍ଠିତ ହୋଇଥିଲା ସୁଭଦ୍ରା ୪ ର୍ଥ କିସ୍ତି ପ୍ରଦାନ ଉତ୍ସବ। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ସହ ୧କୋଟି ରୁ ଉର୍ଦ୍ଧ୍ବ ସୁଭଦ୍ରା ମା ମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଅନଲାଇନ ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ମହିଳା ଶିଶୁ ବିକାଶ କମିଶନର ସେକ୍ରେଟାରୀ ମୃଣାଳିନୀ ଦରଶ୍ବାଲ, ନିର୍ଦ୍ଦେଶିକା ମନିଷା ବାନାର୍ଜୀ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କର୍ଷତା ଲାଭ କରିଥିବା ମହିଳା ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପୁରୀ ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରାଙ୍କୁ ସମଗ୍ର ରାଜ୍ୟର ଶ୍ରେଷ୍ଠ ଡିଏସଡବ୍ଲୁ ଭାବେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଶ୍ରେଷ୍ଠ ଶିଶୁ ସୁରକ୍ଷା ଅଧିକାରୀ ଭାବେ ମୟୁରଭଞ୍ଜ ର ମମତାମୟୀ ବିଶ୍ବାଳ ଙ୍କୁ,ଦେବଗଡ଼ ଜିଲ୍ଲା ବାରକୋଟ କାଲା ୮ ସେକ୍ଟର ର ଅଙ୍ଗନବାଡି କର୍ମୀ ରଜୀପ୍ତା ବିଶ୍ବାଳଙ୍କୁ, ନୟାଗଡ଼ ଜିଲ୍ଲା ରଣପୁର ଡମସାହି ସେକ୍ଟରର ଅଙ୍ଗନବାଡି କର୍ମୀ ମାନସୀ ଭଞ୍ଜ ଙ୍କୁ, ସୁନ୍ଦରଗଡ ଜିଲ୍ଲା ତିଲଡେଗା ସ୍କୁଲପଡା ସେକ୍ଟରର ଅଙ୍ଗନବାଡି କର୍ମୀ ସୁଦର୍ଶୀତା ଦଣ୍ଡସେନାଙ୍କୁ ଓ ଗଜପତି ଜିଲ୍ଲାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଥିବା ଜ୍ୟୋସ୍ନା ଶବରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *