ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ପୁରୀ : ମଙ୍ଗଳ ବାର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡକେରା, କହ୍ନେଇ ବିଦ୍ୟାଧର ପୁର ରେ ଆଜି ସାଧାରଣ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇ ଥିଲା। 30 ଜଣ ମହିଳା ଓ ପୁରୁଷ ମାନଙ୍କୁ ଗ୍ରାମର ମୁଖିଆ ଲକ୍ଷ୍ମଣ ପ୍ରଧାନ ଙ୍କ ସହଯୋଗରେ ଏହି କାର୍ଯ୍ୟ ହୋଇଥିଲା।ଅନୁଷ୍ଠାନ ପକ୍ଷରୁ ଦୋଲଗୋବିନ୍ଦ ପଣ୍ଡା,ପ୍ରତାପ ଚନ୍ଦ୍ର ଦାସ, ପୂର୍ଣ୍ଣ ଚନ୍ଦ୍ର ସାହୁ,ତରୁଣ କବି ଦାମୋଦର ପରିଡ଼ା,ସ୍ଥିତପ୍ରଜ୍ଞା ଜେନା, ତପନ ଆଚାର୍ଯ୍ୟ, ବିକାଶ ସେନାପତି, ଅନିଲ ନାୟକ, ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତି ସୁନ୍ଦର ଭାବେ କାର୍ଯ୍ୟ ସମାହିତ ହୋଇଥିଲା।

Share the News .....

Leave a Reply

Your email address will not be published. Required fields are marked *