ବେଦର ଗୁପ୍ତ ରହସ୍ୟ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ପୁରୀ : କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ଓ ଅରୋଜ୍ୟୋତି ଟ୍ରଷ୍ଟ ପୁରୀର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୧୨ ଓ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ବ୍ୟାପି ବେଦର ଗୁପ୍ତ ରହସ୍ୟ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ରାଜେନ୍ଦ୍ର ନାରୟଣ କୃଷି ବୈଷୟିକ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟକ କରିବାର କାର୍ଯ୍ୟକ୍ରମ ରହିଛି l ଏହି ଦ୍ବିଦିବସୀୟ ଆଲୋଚନାଚକ୍ରରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବିଦ୍ୱାନମାନେ ଅଂଶଗ୍ରହଣ କରି ବେଦର ରହସ୍ୟ ଉପରେ ବିବିଧ ଦିଗରୁ ଚର୍ଚ୍ଚା କରିବେ ବୋଲି ଆଜି ପରିସରର ସମ୍ମିଳନୀ କକ୍ଷ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ଅରୋଜ୍ୟୋତି ଟ୍ରଷ୍ଟ, ପୁରୀର ଟ୍ରଷ୍ଟି ଶ୍ରୀଯୁକ୍ତ ବିପିନାନନ୍ଦ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ପ୍ରିୟରଞ୍ଜନ ରଥ ଯୋଗ ଦେଇଥିବା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପରିସରର ଅଧ୍ୟାପକ ତଥା ପରିସରର ଜନ ସମ୍ପର୍କ ଅଧିକାରୀ ଡକ୍ଟର ବିଶ୍ୱନାଥ ମିଶ୍ର ଓ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପକ ତଥା ପରିସରର ସହ ଜନ ସମ୍ପର୍କ ଅଧିକାରୀ ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର l

Share the News .....

Leave a Reply

Your email address will not be published. Required fields are marked *