ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ସ୍ଵଛନ୍ଦ ଦର୍ଶନ ନିମନ୍ତେ ଆଲୋଚନା

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପା଼ଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ମାନଙ୍କ ସ୍ଵଛନ୍ଦ ଦର୍ଶନ ବ୍ୟବସ୍ଥା ଉପରେ ପ୍ରାରମ୍ଭିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟ ମାନଙ୍କ ସହିତ ବରିଷ୍ଠ ସେବକ ମଧ୍ୟ ନିମନ୍ତ୍ରିତ ସଦସ୍ୟ ଭାବରେ ଯୋଗଦାନ କରିଥିଲେ। ତତ୍ ସହିତ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଦିବ୍ୟାଙ୍ଗମାନଙ୍କ ସୁବିଧା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିବା ପ୍ରସ୍ତାବିତ ମାର୍ଗଦର୍ଶିକା ଆଗାମୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯାଇ ପରିଚାଳନା କମିଟିଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Share the News .....

Leave a Reply

Your email address will not be published. Required fields are marked *