ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଟ୍ରଷ୍ଟ ତରଫରୁ ଜଳ ସେବା କାର୍ଯ୍ୟ ଆରମ

ପୁରୀ : ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ଟ୍ରଷ୍ଟ ,ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀ ଶଂକର୍ଷଣ ମଂଗରାଜଙ୍କ ଅଧକ୍ଷତାରେ ଲୋକନାଥ ମାର୍ଗ,ଷଣ୍ଢ ଯାଗା ପୁରୀ ଠାରେ ଜଳ ସେବା କାର୍ଯ୍ୟ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ଜଗନ୍ନାଥାଷ୍ଟକଂ ପାଠ କରାଯାଇଥିଲା I ବାବାଜୀ ଶ୍ରୀ ଯାଯାବର ମହାରାଜ, ଶ୍ରୀଯୁକ୍ତ ସୁକେଶ ଗୋସ୍ୱାମୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ଡ.ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ,ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ,କାର୍ତ୍ତିକ ସାହୁ, ସାମ୍ବାଦିକ କୈଳାଶ ଚନ୍ଦ୍ର ପଣ୍ଡା,ଡ. ଆଲୋକ କୁମାର ସ୍ବାଇଁ,ଶ୍ରୀ ଆଶୁତୋଷ ପଣ୍ଡା, ଡ. ସ୍ନେହଲତା ମହାପାତ୍ର,ଓମ୍ ପ୍ରଧାନ,ଶ୍ରେୟଶ ଆଚାର୍ଯ୍ୟ, ରାଜେଶ ବାରିକ ପ୍ରମୁଖ ସହାୟତା କରିଥିଲେ। ସଂପାଦକ ଡ.ଶଶିକାନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *