ସପ୍ତଦିନ ବ୍ୟାପି ଶ୍ରୀମଦ୍ଭାଗବଦ୍ ଜ୍ଞାନଯଜ୍ଞ ମହୋତ୍ସବ ଉଦଯାପିତ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଭୁଵନପୁର ଗ୍ରାମ ପଞ୍ଚାୟତର ଗୋଖରା ଗ୍ରାମରେ ବୃନ୍ଦାବନ ନିବାସୀ ବାବାଜୀ ଦାମୋଦର ଦାସ ମହାରାଜଙ୍କ ତତ୍ୱାବଧାନରେ ସପ୍ତଦିନ ବ୍ୟାପି ଶ୍ରୀମଦ୍ଭାଗବଦ୍ ଜ୍ଞାନଯଜ୍ଞ ମହୋତ୍ସବ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ସପ୍ତଦିନ ବ୍ୟାପି ଶ୍ରୀମଦ୍ଭାଗବଦ୍ ଜ୍ଞାନଯଜ୍ଞ ମହୋତ୍ସବରେ ଭାରତ ବିଖ୍ୟାତ ସଂସ୍କୃତ ବିଦ୍ୱାନ ଓ ଗବେଷକ କଥାବ୍ୟାସ ଭୂପତି ମୋହନ ପଣ୍ଡା ବ୍ୟାସକୃତ ସଂସ୍କୃତ ଭାଗବତ ଉପରେ ପ୍ରବଚନ ଦେଇଥିଲେ। ଅଠର ହଜାର ମୂଳ ବ୍ୟାସଦେବ କୃତ ସଂସ୍କୃତଶ୍ଳୋକ ସହିତ ଅନୁବାଦ କରି ସେ ଉପସ୍ଥିତ ଶ୍ରୋତା ଏବଂ ଭକ୍ତମାନଙ୍କୁ ଉଦବୁଦ୍ଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଧର ଦାଶଙ୍କ ଚକ୍ରଧର ପଣ୍ଡା, ସୁଶୀଲ କୁମାର ସେନ, ପ୍ରକାଶ କୁମାର ସାହୁ, ରାକେଶ କୁମାର ପଣ୍ଡା, ବଲ୍ଲଭ କୁମାର ଜେନା ଓ କଣ୍ଠଶିଳ୍ପୀ ସୁଶ୍ରୀ ତଅପୋଇ ଜେନା, ବ୍ରହ୍ମଚାରୀ ପଲାଇ ପ୍ରମୁଖ ଏଥିରେ ଯୋଗଦାନ କରି ଭକ୍ତିସଂଗୀତ ସହିତ ଭାଗବତ କଥାମୃତ ପରିବେଷଣ କରିଥିଲେ।ଶେଷଦିନ ନଗର ପରିକ୍ରମା କରାଯାଇଥିଲା। ମଞ୍ଚ ସଂଚାଳନ କରିଥିଲେ ସଂସ୍କୃତି ସଂଗଠକ ଅଜୟ କୁମାର ସ୍ୱାଇଁ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦିଗମ୍ବର ବେହେରା, ସମାଜସେବୀ ଦାମୋଦର ସାହୁ, ସଂଗ୍ରାମ ବଳିଆର ସିଂହ, ରମାକାନ୍ତ ବଳିଆର ସିଂହ, ଗାୟକ ପର୍ଶୁରାମ ଶାସମଲ , ଅକ୍ଷୟ କୁମାର ଦଳାଇ, ଶିକ୍ଷକ ବିମ୍ବାଧର ଜେନା, ବ୍ରଜ ଶାସମଲ, ଭରତ ଶାସମଲଙ୍କ ସମେତ ଗୋଖରା ଓ ବାଲିସାହି ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *