ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆବେଦନ ତାରିଖ ବଢିଲା ଜାନୁଆରୀ ୮ ପର୍ଯ୍ୟନ୍ତ

ପୁରୀ : ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଆବେଦନ ତାରିଖ କୁ ୨୦୨୬ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି। ଡିସେମ୍ବର ୨୭ ଶେଷ ତାରିଖ ଥିଲା। ଓଡ଼ିଶାରେ ଝିଅଙ୍କ ବିବାହ ଲାଗି ଆର୍ଥିକ ସହାୟତା ପାଇଁ ଏକ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ନାମରେ ଲାଗୁ କରାଯାଇଛି। ବର୍ତ୍ତମାନ ୧୪୨ ଜଣ ଦମ୍ପତି ଚୁଡାନ୍ତ ହୋଇଥିବା ବେଳେ ରେଜିଷ୍ଟ୍ରେସନ ପାଇଁ ୮୩ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି ବୋଲି ସମାଜ କଲ୍ୟାଣ ଅଧିକାରୀ ସୂଚନା ଦେଇଛନ୍ତି। ଆର୍ଥିକ ଭାବରେ ଦୁର୍ବଳ ବର୍ଗ, ଗରିବଙ୍କ ପାଇଁ ନିର୍ଦ୍ଦିଷ୍ଟ ସୁବିଧା ସହିତ ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର (DBT) ପାଣ୍ଠି, ବିବାହ ଉପହାର କିଟ ଦିଆଯିବ। ଯାହାର ଲକ୍ଷ୍ୟ ବିବାହ ପଞ୍ଜିକରଣକୁ ପ୍ରୋତ୍ସାହିତ କରିବା ଏବଂ ବାଲ୍ୟବିବାହକୁ ରୋକିବା। ୧୮ ବର୍ଷ ରୁ ଉର୍ଦ୍ଧ୍ୱ ମହିଳା ଓ ୨୧ ବର୍ଷ ରୁ ଉର୍ଦ୍ଧ୍ୱ ପୁରୁଷ ପ୍ରଥମ ଥର ବିବାହ ପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ। ସେହିପରି ବିଧବାଙ୍କ ପୁନଃ ବିବାହ ପାଇଁ ମଧ୍ୟ ଏହି ସହାୟତା ମିଳି ପାରିବ। ୩୫ ହଜାର ଟଙ୍କା କନ୍ୟା ଙ୍କ ଆକାଉଣ୍ଟ କୁ ଯିବାକୁ ଥିବା ବେଳେ ୧୦ ହଜାର ଟଙ୍କାରେ ବିବାହ ସରଞ୍ଜାମ କିଟ ଓ ୬ ହଜାର ଟଙ୍କାରେ ବିବାହ ସାଜସଜ୍ଜା କରାଯିବ। ସାଧାରଣତଃ ବୟସ/ଆୟ ପ୍ରମାଣପତ୍ର ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ UMANG/myScheme ପୋର୍ଟାଲ୍ ମାଧ୍ୟମରେ ଆବେଦନକାରୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଅବଗତ କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *