ବିଦେଶ ଗସ୍ତରେ ଯିବେ ବାଚସ୍ପତି
ଭୁବନେଶ୍ୱର : ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଏବଂ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବାପାଇଁ ଆଜିଠାରୁ ବିଦେଶ ଗସ୍ତରେ ଯିବେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ । ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ, ପାର୍ଲାମେଣ୍ଟର ସଦସ୍ୟ, 22ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗ ଦେବେ ।
ଅକ୍ଟୋବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବାର୍ବାଡୋସ୍ର ରାଜଧାନୀ ବ୍ରିଜଟାଉନରେ ଅବସ୍ଥାନ କରିବା ସହ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀରେ ଅକ୍ଟୋବର ୭ ତାରିଖ ଦିନ ବାଚସ୍ପତି ସୁରମା ପାଢୀ ନିଜର ବକ୍ତବ୍ୟ ରଖିବେ ।
