ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ; ଜିଲ୍ଲାପାଳ ତଦାରଖ କଲେ ସମସ୍ତ ହବିଷ୍ୟାଳୀ କେନ୍ଦ୍ର

ପୁରୀ : ଚଳିତ ବର୍ଷ ର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଆଜି ଠାରୁ ଆରମ୍ଭ ହୋଇଛି।ଏହି ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନେ ଅନଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ହବିଷ୍ୟାଳୀ ମା ମାନେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କ ରେ ପଞ୍ଜିକରଣ କରାଇ ନିଜ ନିଜର ସ୍ଥାନ ପାଇଛନ୍ତି । ଗତ କାଲି ସକାଳେ ପୁରୀର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସମସ୍ତ କେନ୍ଦ୍ର ପରିଦର୍ଶନ କରି ହବିଷ୍ୟାଳୀ ମା ମାନଙ୍କ ସହ କଥା ହୋଇଥିଲେ ।ପଞ୍ଜିକରଣ କାର୍ଯ୍ୟ ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କୁ ଜିଲ୍ଲାପାଳ ଅନୁଧ୍ୟାନ କରି ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ବିବିଧ ପରାମର୍ଶ ଦେଇଥିଲେ। ଯେପରି କୌଣସି କ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କ ର ଅସୁବିଧା ନ ହୁଏ ସେଥି ପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ସ୍ୱେଚ୍ଛାସେବୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ବିଭିନ୍ନ କେନ୍ଦ୍ର ରେ ବରିଷ୍ଠ ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ପ୍ରମୁଖ କାର୍ଯ୍ୟରତ ଅଛନ୍ତି। ପ୍ରାୟ ୧୯୫୦ ଜଣ ହବିଷ୍ୟାଳୀ ମା ପଞ୍ଜିକରଣ କରି ବିଭିନ୍ନ କେନ୍ଦ୍ର ରେ ରହିଥିବାର ସୂଚନା ମିଳିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ସ୍ୱାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share the News .....

Leave a Reply

Your email address will not be published. Required fields are marked *