ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତଲହରୀ ଜାରି ରହିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଢ଼େଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ୯.୪ ଡିଗ୍ରୀ ତାପମାତ୍ରା ସହିତ ହାଡ଼ ଭଙ୍ଗା ଶୀତରେ ଥରିଲା ରାଜଧାନୀ । ୨୦୧୩ ମସିହାରେ ୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୩ ବର୍ଷରେ ସବୁଠାରୁ କମ ରାତ୍ରି ତାପମାତ୍ର । ଏପଟେ ୨୪ ସହରରେ ୧୦ ଡ଼ିଗ୍ରୀ କିମ୍ବା କମ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪ ଦିନ ପଯ୍ୟନ୍ତ ଘନ କୁହୁଡି ସମ୍ଭାବନା ନାହିଁ । ଦୁଇ ଦିନ ପରେ କମିବ ଶୀତ । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ ଅନୁଭୂତ ହେଉଛି । ସକାଳୁ କୁହୁଡ଼ି ସାଙ୍ଗକୁ ଶୀତୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ ରାଜଧାନୀରେ ବାଘୁଆ ଶୀତ । ସକାଳ ୫ଟା ୩୦ ମିନିଟ ସମୟରେ ୧୦ ଡିଗ୍ରୀକୁ ଖସି ଆସିଥିଲା ରାତିର ତାପମାତ୍ରା ।

Share the News .....

Leave a Reply

Your email address will not be published. Required fields are marked *