ପୁରୀ ପୋଲିସ ଦ୍ବାରା କର୍ଣ୍ଣାଟକ ବରିଷ୍ଠ ନାଗରିକ ଉଦ୍ଧାର

ପୂରୀ :  ଶନିବାର ସନ୍ଧ୍ୟା ୮:୧୦ ସମୟରେ ରାମଚଣ୍ଡୀ ଥାନାର ପୋଲିସ୍ ପ୍ୟାଟ୍ରୋଲିଙ୍ଗ ଟିମ୍ ସନ୍ଧ୍ୟା ପ୍ୟାଟ୍ରୋଲିଙ୍ଗ କାର୍ଯ୍ୟ ସମୟରେ ଜଣେ ପ୍ରାୟ 70 ବର୍ଷ ବୟସ୍କ ବୃଦ୍ଧ ଉଦ୍ଧାର କରିଥିଲେ। ଉକ୍ତ ବୟସ୍କ ବ୍ୟକ୍ତି କନ୍ନଡ ଭାଷାରେ କଥା ହୁଅଥିବାରୁ ତାଙ୍କର ନିର୍ଦ୍ଦିଷ୍ଟ ପରିଚୟ ତତକ୍ଷଣାତ୍ ମିଳି ପାରିନଥିଲା। ଏହା ସମ୍ବନ୍ଧରେ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡା ପୂରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କୁ ଜଣାଇଥିଲେ, ତତକ୍ଷଣାତ ଏସ୍ପି ପୁରୀ ଏକ ଟ୍ରାନ୍ସଲେଟର୍ଙ୍କୁ ଯୋଗାଯୋଗ କରାଇ ସମସ୍ତ ତଥ୍ୟ ଜଣେଇବାକୁ ନିର୍ଦେଶ ଦେଇଥିଲେ ଏହି ପରିପେକ୍ଷୀରେ ରାମଚଣ୍ଡୀ ଥାନାରେ ଏକ ଜି ଡି ରେ ଲେଖାଯାଇ ସଠିକ ପରିଚୟ ଯାଞ୍ଚ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପରେ ତାଙ୍କ ନାମ ଲେଡକେରିଆ, ପିତା– ଆପେଲ ଲେଡକେରିଆ, ଗ୍ରାମ ଏମ ଜି. ରେଲୱେ କଲୋନୀ, ଥାନା ମାଜେଷ୍ଟିକ, ଜିଲ୍ଲା ବାଙ୍ଗାଲୁର, କର୍ଣ୍ଣାଟକ ବୋଲି ଜଣାପଡ଼ିଲା। ତାଙ୍କୁ ରାତ୍ରିଯାପନର ବ୍ୟବସ୍ଥା କରି ତାଙ୍କୁ ସେଲଟରରେ ଛଡ଼ାଯାଇଥିଲା। ପରବର୍ତ୍ତୀ ଯାଞ୍ଚରେ ଜଣାପଡ଼ିଲା ଯେ ଉକ୍ତ ବ୍ୟକ୍ତିଙ୍କର ସଠିକ ନାମ ନାଡିକେରାୟା, ଯାହା ଗତ 5 ଦିନ ପୂର୍ବେ ପୁରୀ ଶ୍ରୀମନ୍ଦିର ଦର୍ଶନ ପରେ ତାଙ୍କ ସହଯାତ୍ରୀ 70 ଜଣ ଟୁରିଷ୍ଟ ଗ୍ରୁପରୁ ଅଲଗା ହୋଇ ରହିଯାଇଥିଲେ। ସହଯାତ୍ରୀ 69 ଜଣ ପୁରୀ ଛାଡ଼ି ଯାଇଥିଲେ, କିନ୍ତୁ କୌଣସି ଥାନାରେ ମିସିଂ ରିପୋର୍ଟ ଦାଖଲ ହୋଇନଥିଲା। ଏହା ସହ ତାଙ୍କ ପରିବାରକୁ ସୂଚିତ କରାଯାଇନଥିଲା। ସୂଚନା ପାଇ ତାଙ୍କ ପୁଅ ବେଙ୍ଗାଲୁରୁରୁ ବିମାନ ଯୋଗେ ପୁରୀକୁ ତୁରନ୍ତ ପହଞ୍ଚିଥିଲେ ଏବଂ ଯାଞ୍ଚ ପରେ ଉକ୍ତ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କୁ ପୁଅଙ୍କୁ ସଙ୍ଗେ ଛଡ଼ାଯାଇଛି। ପୁରୀ ପୋଲିସ୍ ଚାହୁଁଛି ଯେ ସମସ୍ତ ଭ୍ରମଣକାରୀଙ୍କ ସୁରକ୍ଷା, ସହଯୋଗ ଓ ସମୟୋଚିତ ସହାୟତା ପାଇଁ ପ୍ରତିବଦ୍ଧ ରହିବ ଯଦି ଅପଣଂକ ଆଖ ପାଖରେ କୌଣସି ସଂନ୍ଦେହେ ବ୍ୟକ୍ତି ଦେଖନ୍ତି ତେବେ ତୁରନ୍ତ ୧୧୨ କୁ ଯୋଗାଯୋଗ କରନ୍ତୁ।

Share the News .....

Leave a Reply

Your email address will not be published. Required fields are marked *