ପୁରୀ ଏସ.ପି.ଙ୍କ ପକ୍ଷରୁ ସାପ୍ତାହିକ ପରେଡ୍, କ୍ୟାଣ୍ଟିନ୍, ବ୍ୟାରାକ୍ ଓ କ୍ଵାର୍ଟର୍ ଲାଇନ୍ ରିଭ୍ୟୁ

ପୁରୀ : ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ସୁଚାରୁ ଭାବେ ସାପ୍ତାହିକ ପରେଡ୍ ଆୟୋଜିତ ହୋଇଥିଲା । ଏହି ସାପ୍ତାହିକ ପରେଡ୍‌ଟିକୁ ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ଉପସ୍ଥିତ ହୋଇ ନିରୀକ୍ଷଣ କରିଥିଲେ ।ରିଭ୍ୟୁ ସମୟରେ ଶ୍ରୀ ସିଂ ଅଧିକାରୀମାନଙ୍କୁ ଏବଂ ସମସ୍ତ ପୋଲିସ ଜବାନମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ “ପୁରୀ ପୋଲିସଙ୍କ ପ୍ରାଥମିକ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ସୁରକ୍ଷା, ସେବା ଓ ଭରସା । ସେହିପରି ଏକୋପ୍ରତି ଜବାନ ଓ ଅଧିକାରୀଙ୍କୁ ନିଷ୍ଠା, ସମୟନୁଷ୍ଠାନ, ଶିଷ୍ଟାଚାର ଓ ପ୍ରାଗତିଶୀଳ ଦୃଷ୍ଟିଭଙ୍ଗୀ ସହିତ କାର୍ଯ୍ୟ କରିବା ଅତ୍ୟାବଶ୍ୟକ ।”ତାଙ୍କ ନିର୍ଦେଶ ଅନୁଯାୟୀ ଜନସେବାରେ ପୋଲିସର ଭୂମିକାକୁ ସଶକ୍ତ କରିବା, ସାମାଜିକ କାର୍ଯ୍ୟ, ମହିଳା ଓ ଶିଶୁ ସୁରକ୍ଷା, ପର୍ଯ୍ୟଟକ ସୁରକ୍ଷା ଓ ଆଧୁନିକ ପୋଲିସିଙ୍ଗରେ କାର୍ଯ୍ୟ କରିବା ପାଇଁ ଜୋର ଦିଆଯାଇଥିଲା । ସାପ୍ତାହିକ ପରେଡ୍ ପରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ପୋଲିସ ଲାଇନ୍‌ର ବିଭିନ୍ନ ସୁବିଧା ଓ ଅବସ୍ଥାର ପ୍ରତ୍ୟକ୍ଷ ନିରୀକ୍ଷଣ କରିଥିଲେ । ପୋଲିସ ଲାଇନ୍ କ୍ୟାଣ୍ଟିନ୍ ର ଖାଦ୍ୟଗୁଣ, ପରିଷ୍କାରତା ଓ ସେବା ବ୍ୟବସ୍ଥା ଯାଞ୍ଚ । ବ୍ୟାରାକ୍‌ଗୁଡ଼ିକର ରହଣୀୟ ବ୍ୟବସ୍ଥା, ପାଣି-ବିଦ୍ୟୁତ, ସୁରକ୍ଷା ଓ ଆବଶ୍ୟକୀୟ ଵେବସ୍ତା ଉପରେ ଆଲୋକପାତ କରିଥିଲେ । କ୍ଵାର୍ଟର୍ ଲାଇନ୍ରେ ପୋଲିସ ପରିବାରଙ୍କ ସୁବିଧା, ସାନିଟେସନ୍, ପରିବେଶ ଓ ମରାମତି କାମକାର୍ଯ୍ୟ ର ଵେବସ୍ତା ନିରୀକ୍ଷଣ କରିଥିଲେ ।ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ସମସ୍ତ ସମସ୍ୟାର ସେହି ସ୍ଥାନରେ ନିରୀକ୍ଷଣ କରି ସମ୍ପର୍କିତ ବିଭାଗକୁ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ଏହି ସାପ୍ତାହିକ ରିଭ୍ୟୁ ଓ ନିରୀକ୍ଷଣ କାର୍ଯ୍ୟକ୍ରମରେ ଅଧିକାରୀମାନେ ଉପସ୍ଥିତ ଥିଲେ ଅତିରିକ୍ତ ଏସ୍. ପି. ଶ୍ରୀ ସୁଶିଲ କୁମାର ମିଶ୍ର, ଅତିରିକ୍ତ ଏସ୍. ପି. ଶ୍ରୀ ସଚିନ ପଟେଲ, ଅତିରିକ୍ତ ଏସ୍. ପି. ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ, ଡଏସପି ଶ୍ରୀ ତପନ ଦାଶ, ଡଏସପି ସ୍ମିତା କଳ୍ପନା କାଉଁରୀ, ଡଏସପି ସସ୍ମିତା ବେହେରା, ଡଏସପି ତିତଳୋତ୍ତମା ରାଉତ, ଆର୍‌.ଆଇ. ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ପରେଡ୍ ଓ ସମୀକ୍ଷା କାର୍ଯ୍ୟକ୍ରମରେ ହବିଲଦାର ଓ କନେଷ୍ଟବଳ ଆସୋସିଏସନ୍‌ର ପ୍ରତିନିଧି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ସୂର୍ଯ୍ୟତାପ ଜେନା, ଶ୍ରୀ ଦିଳ୍ଲୀପ ଭୋଇ ଉପସ୍ଥିତ ରହିଥିଲେ। ସେମାନେ ପୋଲିସ ଜବାନମାନଙ୍କ ସମସ୍ୟା, ତଥ୍ୟ, ସୁବିଧା ଓ ଆବଶ୍ୟକତା ସମ୍ପର୍କରେ ଏସ୍ପିଙ୍କୁ ଅବଗତ କରିଥିଲେ । ପୋଲିସ ପରେଡ୍‌ରେ ଶାରୀରିକ କ୍ଷମତା, ଅନୁଶାସନ ଓ ପ୍ରୋଫେସନାଲ୍ କ୍ଷମତାକୁ ଆରୋହିତ କରିବା, ପୋଲିସ ଲାଇନ୍‌ର ଲଜିଷ୍ଟିକ୍ସ, ସୁବିଧା, ପରିଷ୍କାରତା ଓ ନିରପତ୍ତା ନିଶ୍ଚିତ କରିବା, ସର୍ବସାଧାରଣଙ୍କ ସେବାରେ ପ୍ରମାଣିକତା, ସମୟନିଷ୍ଠା ଓ ମାନବିକତାକୁ ପ୍ରାଥମିକତା ଦେବା ପୁରୀ ଏକ ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ କେନ୍ଦ୍ର ତତ ସହ ପର୍ଯ୍ୟଟକ ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ, ବଡ଼ ଆୟୋଜନର ପ୍ରସ୍ତୁତି ଉପରେ ବୃଦ୍ଧିତ ଗୁରୁତ୍ୱ ଦେବା। ଏହି ରିଭ୍ୟୁ କାର୍ଯ୍ୟକ୍ରମ ପୂର୍ଣ୍ଣ ଶୃଙ୍ଖଳା, ଗମ୍ଭୀରତା ଓ ଆଧୁନିକ ପୋଲିସିଙ୍ଗ ମନୋଭାବକୁ ପ୍ରକାଶ କରିଥିଲା । ପୁରୀ ପୋଲିସ ଜନସେବାର ଲକ୍ଷ୍ୟରେ ଦୃଢ଼ ସଙ୍କଳ୍ପବଧ ବୋଲି ଏସ୍ପି ଶ୍ରୀ ସିଂ ପ୍ରକାଶ କରିଥିଲେ ।

Share the News .....

Leave a Reply

Your email address will not be published. Required fields are marked *