ଲୋକନାଥ ମନ୍ଦିର ପରିସରରେ ଲାଇନ୍ ଦର୍ଶନ ଏବଂ ପରମାଣିକ ଦର୍ଶନ ବ୍ୟବସ୍ଥାର ସମୀକ୍ଷା

ପୁରୀ : ଆସନ୍ତା ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଉପଲକ୍ଷେ ଶ୍ରୀ ଲୋକନାଥ ମନ୍ଦିରକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାକୁ ଥିବା ପରିପ୍ରେକ୍ଷୀରେ,  ସନ୍ଧ୍ୟାବେଳେ ଏସ୍.ପି. ଶ୍ରୀ ପ୍ରତୀକ ସିଂ ଲୋକନାଥ ମନ୍ଦିର ପରିସରରେ ଲାଇନ୍ ଦର୍ଶନ ଏବଂ ପରମାଣିକ ଦର୍ଶନ ପାଇଁ କରାଯାଇଥିବା ବାରିକେଡିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ଶ୍ରଦ୍ଧାଳୁମାନଙ୍କୁ ସୁବିଧାଜନକ, ସୁସଂଗଠିତ ଏବଂ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ମନ୍ଦିର ସେବାୟତମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ, ଲାଇନ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପରମାଣିକ ଦର୍ଶନ ପାଇଁ ଅଲଗା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀ ସିଂ ସମ୍ବନ୍ଧିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ପର୍ବ ଅବସରରେ ଶ୍ରଦ୍ଧାଳୁମାନଙ୍କ କୌଣସି ଅସୁବିଧା ହେବାକୁ ଦିଆଯିବ ନାହିଁ ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଠୋର ଭାବେ କାର୍ଯ୍ୟକର କରାଯିବ। ଏହି ଅବସରରେ ଅତିରିକ୍ତ ଏସ୍‌ପି ଶ୍ରୀ ସଚିନ୍ ପଟେଲ, ସିଟି ଡିଏସ୍‌ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଟ୍ରାଫିକ୍ ଡିଏସ୍‌ପି ଶ୍ରୀ ରାଜକୁମାର ପରିଡା ଏବଂ ବାସେଳିସାହି ଥାନାର ଆଇଆଇସି ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *