୨୪ ତମ ସିନିୟର୍ ପୁରୁଷ ଓ ମହିଳା ସଫ୍ଟବଲ ଚମ୍ପିୟାନସିପ

ପୁରୀ : ପୁରୀ ଜିଲ୍ଲା ସଫ୍ଟବଲ୍ ଆସୋସିଏସନ୍ ଏବଂ ରାଜ୍ୟ ସଫ୍ଟବଲ ଆସୋସିଏସନ୍ ସହଯୋଗରେ ୨୪ ତମ ସିନିୟର୍ ପୁରୁଷ ଓ ମହିଳା ସଫ୍ଟବଲ ଚମ୍ପିୟାନସିପ ପୁରୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି । ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଚମ୍ପିୟାନସିପରେ ଓଡ଼ିଶାର 22ଟି ଜିଲ୍ଲାରୁ ୪୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଚମ୍ପିୟାନସିପରେ 16 ପୁରୁଷ ଓ ୮ ମହିଳା ଟିମ୍ ଅଂଶଗ୍ରହଣ କରିଛନ୍ତି । ଚମ୍ପିୟାନସିପରୁ ଉନ୍ନୀତ ଶ୍ରେଷ୍ଠ ଖେଳାଳୀ ଜାତୀୟ ସ୍ତରୀୟ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ । ଅଲମ୍ପିକରେ ସଫ୍ଟବଲ ଖେଳ ସ୍ଥାନ ପାଇଥିବାରୁ ଏହି ଖେଳର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ । ଅଲମ୍ପିକ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ ବୋଲି ଆୟୋଜକ କହିଛନ୍ତି । ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ , ଭାରତୀୟ ସଂଘ ସମ୍ପାଦକ ପ୍ରବୀଣ ଅନାଓକର, ରାଜ୍ୟ ସଫ୍ଟ ବଲ ଆସୋସିଏସନ୍ ସଭାପତି ଦେବ ଗୌଡ, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ , ଜିଲ୍ଲା ସଭାପତି ଅରବିନ୍ଦ ଦାସ , ସମ୍ପାଦକ ରଞ୍ଜନ କୁମାର ରଥ , ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ସଫ୍ଟ ବଲ ଆସୋସିଏସନ୍ ଉପସଭାପତି ସଞ୍ଜୁବାଳା ମହାନ୍ତି ,ଯୁଗ୍ମ ସମ୍ପାଦକ ଚିନ୍ମୟ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପୁରୀ ସଫ୍ଟ ବଲ ଆସୋସିଏସନ ସଭାପତି ଅରବିନ୍ଦ ଦାଶ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ ,କୋଷାଧକ୍ଷ ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପ ସଭାପତି,ଲକ୍ଷମନ ଅଚାରୀ, ଅଶୋକ ମହାନ୍ତି , ଅମୀୟ ପ୍ରସାଦ ନାୟକ, କାଯ୍ୟକାରୀ କମିଟି ସଦସ୍ୟ ସରୋଜ ମଲ୍ଲିକ, ଲକ୍ଷ୍ମୀ ପ୍ରିୟା ସେଠି, ରୋଜାଲିନ ରଥ କାଯ୍ୟକାରୀ କମିଟି ସଦସ୍ୟ ଉତ୍ସବରେ ଯୋଗ ଦେଇଥିଲେ । ରସ୍ମେଶ୍ୱରୀ ପାଣିଗ୍ରାହୀ ,ଅମୀୟ ଚାନ୍ଦ ମଞ୍ଚ ପରିଚାଳନା କରିଥିଲେ ।
