ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ “ସଂପର୍କ “ତରଫରୁ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର

ପୁରୀ : ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ତରଫରୁ ଏକ ମହତ୍ତ୍ୱପୂର୍ଣ୍ଣ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ଶିବିର ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଶିବିରରେ ଯୋଡ଼ା ବେଦନା ଓ ଗୁଠିଆ (ଆର୍ଥ୍ରାଇଟିସ୍), ଗ୍ୟାସ୍, ଅଜୀର୍ଣ୍ଣ, କବଜ, ମଧୁମେହ (ଡାୟାବେଟିସ୍), ଉଚ୍ଚ ରକ୍ତଚାପ, ନିଦ୍ରାହୀନତା, ମାନସିକ ଚାପ, ସ୍ମୃତିଶକ୍ତି ହ୍ରାସ ଓ ସାଧାରଣ ଦୁର୍ବଳତା ରହିଥିଲା ବିଭିନ୍ନ ପ୍ରକାରର ବାତ ଭଳି ରୋଗଗୁଡ଼ିକର ଆୟୁର୍ବେଦ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହା ସହ ନାଡ଼ି ପରୀକ୍ଷା, ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ, ବୋନ୍‌ ମିନେରାଲ୍‌ ଡେନସିଟି,( BMDT) ରକ୍ତ ଶର୍କରା, ବଡି ମାସ୍‌ ଇଣ୍ଡେକ୍ସ (BMI) ପରୀକ୍ଷା କରାଯାଇଥିଲା। ଆହାର, ବିହାର ଓ ଜୀବନଶୈଳୀ ସମ୍ପର୍କିତ ଉପକାରୀ ପରାମର୍ଶ ମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିଲା।ଏହି ଶିବିରକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ , ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ନାରାୟଣ ଚନ୍ଦ୍ର ଦାଶ , ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବେ ଶିବିରର ଉଦଘାଟନ କରିଥିଲେ।ଶିବିରରେ କାୟା ଚିକିତ୍ସା ବିଭାଗର ପ୍ରଧ୍ୟାପିକା ଡାକ୍ତର ସୋନାଲିକା ଜେନାଙ୍କ ସହିତ ଡାକ୍ତର ଭାରତୀ ଲତା ଆଚାର୍ଯ୍ୟ, ଡାକ୍ତର ସୂର୍ଯ୍ୟକାନ୍ତ ପୃଷ୍ଟି, ଡାକ୍ତର ଶିବାନୀ ଦାସ, ଡାକ୍ତର ସୁନନ୍ଦିତା ପ୍ରଧାନ, ଡାକ୍ତର ଜ୍ୟୋତ୍ସ୍ନାମୟୀ ପାଲ, ଡାକ୍ତର ଦିଗମ୍ବର ନାୟକ, ଡାକ୍ତର ସୌମ୍ୟଦତ୍ତ ସାମନ୍ତରାୟ, ଡାକ୍ତର ସତ୍ୟ ନାରାୟଣ ସାହୁ, ଡାକ୍ତର ସନ୍ଧ୍ୟା ବାହାଲିଆ, ଡାକ୍ତର ଇପ୍ସିତା ଜେନା ଓ ଡାକ୍ତର ସ୍ୱାଗତ ଦତ୍ତ ଆଦି ଅନୁଭବୀ ଆୟୁର୍ବେଦ ଡାକ୍ତରମାନେ ୧୪୫ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କୁ ସେବା ପ୍ରଦାନ କରିଥିଲେ।

ସଂପର୍କ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଶିବିରର ପରିଚାଳନା କରି ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ଆୟୁର୍ବେଦକୁ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ। ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ୍ ମିଶ୍ର ,ରାକେଶ କୁମାର ବାରିକ ଓ ଅଶ୍ରୁଜିତ ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *