ଗାନ୍ଧୀ ଶିଳ୍ପ ବଜାର ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

ପୁରୀ : ଶୁକ୍ରବାର ଠାରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ଆରମ୍ଭ ହୋଇଛି ଗାନ୍ଧୀ ଶିଳ୍ପ ବଜାର ହସ୍ତଶିଳ୍ପ ପ୍ରଦର୍ଶନୀ। ଭାରତ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଏବଂ ଅନୁଗୁଳ ସ୍ଥିତ ଲାଇଫ କେୟାର ସଂଗଠନ ପକ୍ଷରୁ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଫେବୃଆରି ୬ ତାରିଖଠାରୁ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀକୁ ଉଦଘାଟନ କରି ଭାରତ ସରକାରଙ୍କ ହସ୍ତଶିଳ୍ପ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସନ୍ଦୀପ କୁମାର ଶିଳ୍ପୀ ମାନଙ୍କ ପ୍ରତିଭାର ପ୍ରଦର୍ଶନ, ଉତ୍ପାଦର ବିକ୍ରି ଓ ଆର୍ଥିକ ସମୃଦ୍ଧି ପାଇଁ ଏହି ପ୍ରଦର୍ଶନୀ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।ଦେଶର ବିଭିନ୍ନ ସ୍ଥାନରେ କଳାକାର, ଶିଳ୍ପୀ ମାନଙ୍କ ଉତ୍ପାଦର ବଜାର ସୃଷ୍ଟି ଏହାର ଲକ୍ଷ୍ୟ।ଅଧିକ ରୁ ଅଧିକ ଶିଳ୍ପୀ ଙ୍କୁ ଏଥିରେ ସାମିଲ ପାଇଁ ସେ ଅନୁରୋଧ କରିଥିଲେ।ଅତିରିକ୍ତ ନିର୍ଦ୍ଦେଶକ ଭୂବନ ଭାସ୍କର ଏହି ପ୍ରଦର୍ଶନୀ କୁ ବର୍ଷ ସାରା ଆୟୋଜନ ମାଧ୍ୟମରେ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା, କାର୍ଯ୍ୟକ୍ରମ କୁ ଅଧିକ ପ୍ରଚାର ପ୍ରସାର କରିବା, ଗ୍ରାମାଞ୍ଚଳର ଅଧିକ ଉତ୍ପାଦ କୁ ଚିହ୍ନଟ କରି ପ୍ରଦର୍ଶନୀ ରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ।ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ବିଷ୍ଣୁ ପଦ ମାରାଣ୍ଡି,ଏଚ ପି ଓ ବୀର ଭାରତ, ପ୍ରମେନ୍ଦ୍ର ସିହ୍ନା ପ୍ରମୁଖ ଯୋଗ ଦେଇ କଳା, କଳାକାର ଓ ଶିଳ୍ପୀ ମାନଙ୍କ ଆର୍ଥିକ ମଜବୁତ ରେ ଏହି ପ୍ରଦର୍ଶନୀ ସହାୟକ ହେବା ସହ ସେମାନଙ୍କ ପାଇଁ ଥିବା ସରକାରୀ ବ୍ୟବସ୍ଥା, ସହାୟତା ଓ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।ଆୟୋଜକ ଚନ୍ଦନ କୁମାର ଅମାତ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବରିଷ୍ଠ ଶିଳ୍ପୀ କୃଷ୍ଣଚନ୍ଦ୍ର ମହାନ୍ତି ମଞ୍ଜ ସଞ୍ଚାଳନ କରିଥିଲେ।କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ପରିଡା ଓ ଅନ୍ୟ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପରେ ଅତିଥି ମାନେ ପ୍ରଦର୍ଶନୀ ର ରେ ଲାଗିଥିବା ୪୦ ଗୋଟି ଷ୍ଟଲ ପରିଦର୍ଶନ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *