ବ୍ରହ୍ମଗିରିରେ ବିଜେଡିର ବିଶାଳ ରାଲି ଏଵଂ ବିଧାୟିକାଙ୍କ କୁଶପୁତ୍ତଳିକା ଦାହ

ବ୍ରହ୍ମଗିରି : ବ୍ରହ୍ମଗିରି ବଜାରରେ ବିଜେଡି ର ଗର୍ଜନ। 4ଦିନ ତଳେ ଜଣେ ନାବାଳିକକୁ ବେକରେ ପ୍ଳାକାର୍ଡ ପକାଇ ବଜାରରେ ବୁଲାଇବା ଘଟଣା ଏବେ ଉଗ୍ରରୂପ ନେଇଛି। ଅଭିଯୋଗ ଅନୁସାରେ ବିଜେପିର ଜଣେ ସକ୍ରିୟ ସଦସ୍ୟ ନାବାଳକର ଦୁଇ ହାତ ବାନ୍ଧି ସର୍ବ ସମ୍ମୁଖରେ ବଜାରରେ ବୁଲାଇ ଥିଲେ। ଏ ନେଇ ପରିବାର ତରଫରୁ ଥାନାରେ ଏତଲା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ପୋଲିସ୍ର ନିଷ୍କ୍ରିୟତାକୁ ବିରୋଧ କରି ଗୁରବାର ଦିନ ବ୍ରହ୍ମଗିରିରେ ବିଜେଡିର ବିଶାଳ ରାଲି ଓ ବିଧାୟିକା ଉପାସନା ମହାପାତ୍ରର କୁଶପୁତ୍ତଳିକା ଦାହ କଲେ ବିଜେଡି ର ଶତାଧିକ କର୍ମୀ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦଳ ଜୋରଦାର ଦାବି କରିଛି।
