ଚନ୍ଦ୍ରଭାଗା ମାଘବୁଡ଼ ପ୍ରସ୍ତୁତି ପ୍ରଥମ ସମନ୍ୱୟ ବୈଠକ

କୋଣାର୍କ : ଆସନ୍ତା ଜାନୁୟାରୀ ୨୫ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ ବା ମେଳା ଆଧ୍ୟାତ୍ମିକତା ଓ ପୌରାଣିକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ।ଏହାକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ସମସ୍ତ ବିଭାଗ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଚନ୍ଦ୍ରଭାଗା ମେଳା କୁ ସରସ ସୁନ୍ଦର କରିବା ପାଇଁ ବିବିଧ ପରାମର୍ଶ ମାନ ଦେଇଥିଲେ।ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ,ଅତିରିକ୍ତ ଏସପି ସଚିନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ଷ୍ଟାଣ୍ଡ ପୋଷ୍ଟ, ଏକାଧିକ ପାଣି ଟ୍ୟାଙ୍କର,୧୦୦ ଅସ୍ଥାୟୀ ଶୈଚାଳୟ, ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ଟ୍ରାଫିକ ବ୍ୟବସ୍ଥା, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ମାଘ ଷଷ୍ଠି ଓ ସପ୍ତମୀ ଦୁଇଦିନ ପରିମଳ, ଯାନବାହାନ ପାର୍କିଂ, ଆଲୋକ ବ୍ୟବସ୍ତା, ସୂଚନା ପ୍ରସାରଣ,ହଜିବା ଖୋଜିବା କେନ୍ଦ୍ର ବ୍ୟବସ୍ଥା,ଯାନବାହାନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜାନୁୟାରୀ ୨୪ ଓ ୨୫ତାରିଖ ଏହି ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯିବା ର ବ୍ୟବସ୍ଥା କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଗୋପ ବିଡ଼ିଓ ଛବିରାଣୀ ସାହୁ,ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,ନିମାପଡା ତହସିଲଦାର ମନୋଜ କୁମାର ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା,ତିନି ଠାକୁରଙ୍କ ସେବାୟତ, ମେଳାର ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, କୋଣାର୍କର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *