ପୁରୀ ଲୋକନାଥ ରୋଡ଼ରେ ବହୁଛି ଡ୍ରେନର ମଇଳା ପାଣି

ପୁରୀ : ପୁରୀ ଶ୍ରୀ ମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂର ଏବଂ ପରିକ୍ରମା ମାର୍ଗରୁ ମାତ୍ର ୫୦ ମିଟର ଦୂର ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗ ସମ୍ମୁଖରେ ଡ୍ରେନର ମଇଳା ପାଣି ମୁଖ୍ୟ ରାସ୍ତାରେ ଅନବରତ ପ୍ରବାହିତ ହେଉଛି। କିଛି ଦିନ ପରେ ରାଷ୍ଟ୍ରପତି ପୁରୀ ଗସ୍ତ କରିବେ, କିନ୍ତୁ ପୌରପାଳିକାର କାମ ଠିକ୍ ଭାବରେ ହେଉ ନଥିବାରୁ, ହଜାର ହଜାର ଭକ୍ତ ଏବଂ ସେବାୟତ ପ୍ରତିଦିନ ଏହି ଡ୍ରେନର ପାଣି ପାର ହୋଇ ଖାଲି ପାଦରେ ଶ୍ରୀ ମନ୍ଦିରକୁ ଯାଉଛନ୍ତି।ଦୁଃଖ ଓ ପରୀତାପ ର ବିଷୟ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି ଏବଂ ରାଜ୍ୟ ସରକାର ପୁରୀକୁ ବିଶ୍ଵସ୍ତରୀୟ ସହର ବନାଇବାପାଇଁ ଅନେକ ସମୟରେ ବାହାସପଟ ମାରୁଥିବା ବେଳେ ଶ୍ରୀମନ୍ଦିର ଏବଂ ଲୋକନାଥ ମନ୍ଦିର କୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ସଦାସର୍ବଦା ଅବହେଳିତ କିଛିଦିନ ତଳେ ସେହି ରାସ୍ତା ରେ ଟ୍ରାଫିକ ଜାମ ରହୁଥିଲା ତାହା ସମାଧାନ ହେବାପରେ ଏଵେ ନଳା ପାଣି ସମସ୍ୟା ଭକ୍ତ ଏବଂ ସ୍ଥାନୀୟ ବାସିନ୍ଦା ଙ୍କୁ କଲବଲ କରୁଛି|ଜିଲ୍ଲା ପ୍ରଶାସନ ଏବଂ ପୁରୀ ମୁନିସିପାଲିଟି କେବେ ଏହି ସମସ୍ୟା ର ସମାଧାନ କରିବେ ସେଥିପ୍ରତି ସମସ୍ତେ ଚାହିଁ ବସିଛନ୍ତି|ଏହି ସମସ୍ୟା ର ସମାଧାନ ହେଲେ ସମସ୍ତେ ଉପକୃତ ହେବେ ଏବଂ ଭକ୍ତ ମାନେ ସୁଖଦ ଅନୁଭୂତି ନେଇ ପୁରୀରୁ ଫେରିବେ|
