ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

ପୁରୀ :  ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ଆସନ୍ତା ଫେବୃଆରୀ ୩ ତାରିଖରେ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଙ୍ଗଳବାର ତା ୨୭ ଜାନୁଆରୀ ଘ.୪.୩୦ ମିନିଟ ସମୟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମେଳନ କକ୍ଷଠାରେ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଯୁଗ୍ମ ବୈଠକ ପରେ ଶ୍ରୀମନ୍ଦିର ରେ ନୀତି ଏବଂ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନକୁ ନେଇ ଆଲୋଚନା ହୋଇଥିଲା |ପ୍ରାରମ୍ଭିକ ସୂଚନା ଅନୁସାରେ ମହାମହିମ ରାଷ୍ଟ୍ରପତି ୪ ତାରିଖ ବୁଧବାର ଦିନ ଶ୍ୱେତଗଙ୍ଗାରେ ପିଣ୍ଡ ପ୍ରଦାନ ପରେ ୭.୪୦ ମିନିଟ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ୮. ୨୦ ମିନିଟ ସମୟରେ ଫେରିବେ। ସୁରକ୍ଷା ଦୃଷ୍ଟିରୁ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟାରେ କହିଛନ୍ତି । ବୈଠକ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ଛତିଶା ନିଯୋଗ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ|

Share the News .....

Leave a Reply

Your email address will not be published. Required fields are marked *