ଜୟ ଭାରତ ମା କାର୍ଯ୍ୟକ୍ରମ ଆୟୋଜିତ

ପୁରୀ : ପବିତ୍ର ୭୭ ତମ ସାଧାରଣ ତନ୍ତ୍ର ଦିବସ ଦିନ ପ୍ରଗତି ପ୍ରତିଷ୍ଠାନ ପୁରୀ ଭକ୍ତ ସାଲବେଗ ସମାଧି ପୀଠ ନିକଟରେ ଆମ ଦେଶର ଭବିଷ୍ୟତ ମାନଙ୍କ ପାଇଁ ଜୟ ଭାରତ ମା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ O TV ର ପୁରୀ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଶ୍ରୀ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କୁ ଭବିଷ୍ୟତର ରାହା ଏବଂ କିଭଳି ଶିକ୍ଷା କଲେ ପିଲାମାନେ ଉନ୍ନତି କରିପାରିବେ ସେ ବିଷୟରେ ଆଲୋକପlତ କରିଥିଲେ । ପୁରୀ ସହର ସହିତ ବୀରହରେକୃଷପୁରରୁ ମଧ୍ୟ ୮୨ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରି ସମସ୍ତେ ପୁରସ୍କାର ଓ ମାନପତ୍ର ପାଇଥିଲେ । ସନ୍ଧ୍ୟା ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମସ୍ତ ଙ୍କୁ ମିଷ୍ଟନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସମ୍ପାଦକ ଅମର ମହାପାତ୍ର। ଶ୍ରୀ ଦିଲୀପ ପାତ୍ର, ଯୋଗେନ୍ଦ୍ର ମହାପାତ୍ର,ଅଜୟ ମହାପାତ୍ର, ସୁବ୍ରମନ୍ୟୁ ମହାନ୍ତି, ଚିନ୍ମୟୀ ମିଶ୍ର, ଅମ୍ରିତା ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ l

Share the News .....

Leave a Reply

Your email address will not be published. Required fields are marked *