ରାଜ୍ୟସ୍ତରୀୟ ରଘୁନାଥ ସେବା ସମ୍ମାନ ୨୦୨୬

ସେପ୍ଟେମ୍ବର ୨୧ ବିଶ୍ଵ ଶାନ୍ତି ଦିବସ ଅବସରରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପକ୍ଷରୁ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ ବିଶେଷ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତ ସ୍କାଉଟ ଓ ଗାଇଡର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବରେ ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ଓ ରାଜ୍ୟ ସ୍କାଉଟ ଗାଇଡ ସଚିବ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପୁରୀ ଜିଲ୍ଲା ସ୍କାଉଟ କମିଶନର ଶ୍ରୀ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ସ୍କାଉଟର ସାଙ୍ଗଠନିକ ଦକ୍ଷତା ଓ ନିରବିଚ୍ଛିନ୍ନ ସେବା ଉପଲକ୍ଷେ ରଘୁନାଥ ସେବା ସମ୍ମାନ ପ୍ରମାଣପତ୍ର ସହିତ ସ୍ମୃତି ଫଳକ ଦିଆଯାଇ ସମ୍ମାନିତ କରାଯାଇଥିଲା ।

ରାଜ୍ୟ ଯୁଗ୍ମ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକ ଓ ଅନାମିକା ଦାସ ସଭା ପରିଚାଳନା କରିଥିବା ବେଳେ ଡାଃ ବିଶ୍ଵଜିତ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲା ସ୍କାଉଟ ଓ ଗାଇଡ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଆନନ୍ଦ ଅନୁଭବ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଶ୍ରୀ ପଣ୍ଡା ଏହି ସମ୍ମାନକୁ ପୁରୀ ଜିଲ୍ଲା ସ୍କାଉଟ ଓ ଗାଇଡ ପରିବାରର ସଫଳତା ବୋଲି ମତ ବ୍ୟକ୍ତ କରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *