କଳିଙ୍ଗ ସ୍ମାର୍ଟ ସ୍କୁଲ ରେ କ୍ରୀଡା ଉତ୍ସବ ପାଳିତ

ପୁରୀ :- ହରିହର ବିହାର ସ୍ଥିତ କଳିଙ୍ଗ ସ୍ମାର୍ଟ ସ୍କୁଲରେ ବାବା ଆଖଣ୍ଡଳମଣି ମନ୍ଦିର, ସତସଙ୍ଗ ପରିସରରେରେ ୩ ଦିନ ଧରି ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହେଇଥିଲା l ବିଦ୍ୟାଳୟର ଅଧ୍ୟକ୍ଷ ଲାୟନ ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ ଏବଂ ଏହି କାଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସସ୍ମିତା ଜେନା ଓ ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଆଜିର ପିଲାମାନେ ପାଠ ପଡ଼ା ସହ ବିଭିନ୍ନ ଖେଳ ଓ ନୃତ୍ୟ କଳା ସହ ଭଲ ପଦର୍ଶନ ରହିବା ନିହାତି ଦରକାର ଓ ଏହି ଖେଳ ମାଧ୍ୟମରେ ପିଲାମାନେ ଜିଲ୍ଲାରୁ ରାଜ୍ୟ ଓ ଜାତୀୟସ୍ତରରେ ପହଁଞ୍ଚି ପାରିବେ l ତେଣୁ ସମସ୍ତ ଅଭିଭାବକ ମାନେ ନିଜର ପିଲାମାନଙ୍କୁ ପାଠପଡା ସହ ବିଭିନ୍ନ ଖେଳ ଓ ନୃତ୍ୟ କଳାରେ ରୁଚି ରଖିବାକୁ ଉପଦେଶ ଦେବା ଉଚିତ୍ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଙ୍ଗ ଦୌଡ, ମ୍ୟୁଜିକ ଚେଆର, ସ୍ପୁନ୍ ପଟାଟୋ, ବଲ ରନିଙ୍ଗ, ବାସକେଟ ବଲ ଏବଂ ଅଭିଭାବକ ଙ୍କ ମଧ୍ୟରେ ରଙ୍ଗୋଲି, ମ୍ୟୁଜିକ ଚେଆର ଓ ଫନୀ ଗେମ୍ କରାଯାଇଥିଲା l ଶ୍ରୀଯୁକ୍ତ ଲୋକନାଥ ସୁବୁଦ୍ଧି ଓ ଏଲୋରା କାନୁନଗୋ ବିଚାରକଭାବେ ଯୋଗଦେଇଥିଲେ l ସମସ୍ତ ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ବିଜେତାଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କାର କରାଯିବ l ବିଦ୍ୟାଳୟର ପ୍ରିନସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ସାଗରୀକା ପ୍ରଧାନ, ଐଶ୍ୱରିୟା ମହାନ୍ତି, ଜ୍ଞାନଜ୍ୟୋତି ସିଂ, ବିଶ୍ୱଜିତା ମିଶ୍ର, ସନ୍ଧ୍ୟାରାଣୀ ବାରିକି, ଲିପ୍ସା ମହାନ୍ତି, ମନ୍ଦାକିନୀ ପରିଡା, ଶୁଭସ୍ମିତା ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ବିପିନ ଭୋଇ, ସାବିତ୍ରୀ ଯାନୀ ଓ ବିଦ୍ୟାଳୟର ସମ୍ପାଦକ ଅନିଲ କୁମାର ସାହୁ ଏହି କାଯ୍ୟକ୍ରମକୁ ସହଯୋଗ କରିଥିଲେ l
