ନଭେମ୍ବର ୨୩ରୁ ଆରମ୍ଭ ହେବ କବାଡି ଟୁର୍ଣ୍ଣାମେଣ୍ଟ

ପୁରୀ  : ନିତା ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନ ଏବଂ ଓଡିଶା କବାଡି ଆସୋସିଏସନ ସହଯୋଗରେ ଏକ କବାଡି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ୧୯ ବର୍ଷରୁ କମ ବାଳିକା ଦଳ ଓ ୪ଟି ୧୭ ବର୍ଷରୁ କମ ବାଳକ ଦଳ ଲିଗ ଭିତ୍ତିକ ମାଧ୍ୟମରେ ଖେଳିବେ। ଭାଗ ନେଉଥିବା ୮ଟି ଦଳକୁ ୮ଜଣ ଫ୍ରାନଚାଇଜି ନେଉଥିବା ବେଳେ ଫ୍ରାନଚାଇଜିକଂ ମନ ମୂତାବକ ଅନୁସାରେ ନାମ କରଣ କରାଯାଇଅଛି।ଶ୍ରୀଯୁକ୍ତ ରାଜ କିଶୋର ପାତ୍ରଙ୍କ ଦଳ ଓଡ୍ରା, ଶ୍ରୀଯୁକ୍ତ ଅଭିଷେକ ପଣ୍ଡାଙ୍କ ଦଳ ମା କୃଷ୍ଣ କାଳି, ଆଡଭୋକେଟ ଭଗବାନ ପଢିଆରୀଙ୍କ ଦଳ ପୁରୀ ୱାରିୟସ,  ଆଡଭୋକେଟ ଦୀପକ କୁମାର ଦାସଙ୍କ ଦଳ ମହାବୀର ଯୋଦ୍ଧା, ଆଡଭୋକେଟ ଆତ୍ମା ରଞ୍ଜନ ମହାନ୍ତିଙ୍କ ଦଳ ପୁରୀ ଚ୍ୟାଲେଞ୍ଜର, ଶ୍ରୀଯୁକ୍ତ ଅମରେନ୍ଦ୍ର ପାଇକରାଏଙ୍କ ଦଳ ମହୋଦଧି ଥଣ୍ଡର ଷ୍ଟୋର୍, ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ଦଳ କଳିଗଂ ଯୋଦ୍ଧା ହୋଇଥିବାବେଳେ ଇଂ. ସୁବ୍ରତ ଦାସଙ୍କ ଦଳ ନିତା ସ୍ପୋର୍ଟସ ଏକାଡେମୀ ରହିଅଛି। ଏହି ଟୁର୍ଣ୍ଣାମେଣ୍ଟର ମୂଳ ଉଦେଶ୍ଯ ତୃଣମୂଳ ସ୍ତରରେ କବାଡି ଖେଳକୁ ପ୍ରତ୍ସାହନ ଦେବା ସହିତ ପୁରୀରେ କବାଡି ଖେଳକୁ ପୁନରୁଦ୍ଧାର କରିବା। ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ହଲିଡେ ରିସୋର୍ଟରେ ଜର୍ସି ଉନ୍ମୋଚନ ହୋଇଅଛି। ମୂଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଗୀଂ, ସମସ୍ତ ଫ୍ରାନଚାଇଜି, କୋଚ, ରେଫରୀ, ଅଫିସିୟାଲ ଉପସ୍ଥିତ ରହିଥିଲେ। ନିତା ସ୍ପୋର୍ଟସ ଏକାଡେମୀ ତରଫରୁ ମହମ୍ମଦ ଶାହିଦ ଜାବର, ଅରୁଣ କୁମାର ତ୍ରିପାଠୀ, ସେଫାଳି ପତି, ଗାୟତ୍ରୀ ସେଠି, ଜିତେନ୍ଦ୍ର ବେହେରା ଓ ସଂପାଦକ ଆଡଭୋକେଟ ସତ୍ୟବ୍ରତ ଷଡଗୀଂ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *