ଯୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ 

ପୁରୀ : ରାଜ୍ୟ ପୋଲିସ ପକ୍ଷରୁ ଚାଲୁଥିବା “ଯୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁସାରେ ସମସ୍ତ ପୋଲିସ ଥାନାରେ ବିଭିନ୍ନ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଏହି କ୍ରମରେ ସମସ୍ତ ଥାନାରେ ମଧ୍ୟ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ଥାନା ଅଞ୍ଚଳର ପାଞ୍ଚଟି ଆଙ୍ଗନବାଡ଼ି କେନ୍ଦ୍ରର କିଶୋରୀ ଝିଅମାନଙ୍କୁ ଥାନାକୁ ଆମନ୍ତ୍ରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀମାନେ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କିଶୋରୀମାନଙ୍କୁ ସ୍ୱାସ୍ଥ୍ୟ, ଆତ୍ମବିଶ୍ୱାସ, ସାଇବର ସଚେତନତା ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ପରାମର୍ଶ ଓ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ପୋଲିସ ପକ୍ଷରୁ କିଶୋରୀମାନଙ୍କ ସହ ମୁକ୍ତ ଆଲୋଚନା କରାଯାଇ ସେମାନଙ୍କୁ ଜଣାଇ ଦିଆଯାଇଥିଲା ଯେ କୌଣସି ପ୍ରକାର ସମସ୍ୟା, ଅସୁବିଧା କିମ୍ବା ସାଇବର ଅପରାଧର ଶିକାର ହେଲେ ସେମାନେ ନିର୍ଭୟରେ ପୋଲିସଙ୍କ ସହାୟତା ନେଇପାରିବେ। ବହୁ ସମୟରେ ଅଜ୍ଞତା ଓ ଭୟର କାରଣରୁ ଅନେକ ଝିଅ ସାଇବର ଅପରାଧର ଶିକାର ହୋଇ ଅଧିକ ସମସ୍ୟାରେ ପଡ଼ୁଥିବାରୁ ସେମାନଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମ ସମୟରେ ସଚେତନତାମୂଳକ ଭିଡିଓ ପ୍ରଦର୍ଶନ କରାଯାଇଥିଲା ଏବଂ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ପ୍ରୟୋଜନୀୟ ପରାମର୍ଶ ଦିଆଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏହିପରି ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳରେ ଜାରି ରହିବ ।

Share the News .....

Leave a Reply

Your email address will not be published. Required fields are marked *