ସନ୍‌ସାଇନ୍‌ କିଡ୍ସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ

ପୁରୀ : ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ‘ସନ୍‌ସାଇନ୍‌ କିଡ୍ସ ପ୍ଲେ ସ୍କୁଲ’ର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତା ଶିକ୍ଷା ମଣ୍ଡଳ ଅଧିକାରୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ନାଟ୍ୟକାର ଦୟାନିଧି ତ୍ରିପାଠୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ ଗବେଷଣା ନିର୍ଦ୍ଦେଶକ ଡ. ନିରଞ୍ଜନ କର ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହି ସାମ୍ପ୍ରଦିକ ଶିକ୍ଷା ବ୍ୟବସ୍ଥାରେ ମୂଲ୍ୟବୋଧ ଶିକ୍ଷା ଓ ନୀତିଶିକ୍ଷାର ପ୍ରଚଳନ ଉପରେ ଗୁରୁତ୍ବ ଦେଇଥିଲେ । ବିଶେଷତଃ ଇଂରାଜୀ ଶିକ୍ଷାଦାନ ସହ ମାତୃଭାଷାର ବିକାଶ ପାଇଁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ଏହି ସଭାରେ ସ୍କୁଲର ୟୁ କେଜି ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍ବାଗତ ସଂଗୀତ ପରି‌ବେଷଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଚଳିତବର୍ଷ ୟୁ କେଜିର ଛାତ୍ରୀ ସୋନାଲିନ ରାୟଙ୍କୁ ସର୍ବଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା । ସୁଲୋଚନା ଭୋଇ, ବନ୍ଦିତା ମହାନ୍ତି, ସୋନାଲି ନାୟକ, ଦେବଦତ୍ତ ପ୍ରଧାନ, ଦୁର୍ଗାପ୍ରସାଦ ମହାପାତ୍ର, ସବିତା ମହାନ୍ତି, ମୃତ୍ୟୁଞ୍ଜୟ ବାରିକ ପ୍ରମୁଖଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ଓ ଅଭିଭା‌ବକ ଏବଂ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସସ୍ମିତା ପ୍ରଧାନଙ୍କ ଲାଳିତ୍ୟମୟ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ଦିପ୍ତୀମୟୀ ପାଣି, ପିଙ୍କି ସାହୁ, ନମିତା ମିଶ୍ର, ମାନସ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସେନାଲି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *