ଭଦ୍ରକ ନିର୍ବାଚନମଣ୍ଡଳୀରେ ବିଜେପିର ଶକ୍ତିକେନ୍ଦ୍ର ଦାୟିତ୍ୱ ବଣ୍ଟନ

ଭଦ୍ରକ : ଭଦ୍ରକ ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଂଗଠନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଶକ୍ତିକେନ୍ଦ୍ର ପ୍ରଭାରୀ, ପ୍ରମୁଖ ଓ ସହ ପ୍ରମୁଖଙ୍କ ତାଲିକା ପ୍ରକାଶ କରାଯାଇଛି। ୧୯ ଅଗଷ୍ଟ ୨୦୨୬ ତାରିଖରେ ପ୍ରକାଶିତ ତାଲିକାରେ ୧୬ ନମ୍ବରରୁ ୩୦ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ, ୧୬ ନମ୍ବର ୱାର୍ଡର ପ୍ରମୁଖ ଭାବେ ଜୟ ପ୍ରକାଶ ସିଂହ, ସହ ପ୍ରମୁଖ ରାଜେନ୍ଦ୍ର ରଣା ଓ ପ୍ରଭାରୀ ପ୍ରଦ୍ୟୋତ୍ନ ସୁଆରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ୧୭ ନମ୍ବର ୱାର୍ଡରେ କୁଞ୍ଜନ ବାରିକ, ଗୋପୀନାଥ ମହାଲିକ ଓ ଶ୍ରୀକାନ୍ତ ପୃଷ୍ଟି ଯଥାକ୍ରମେ ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାରୀ ରହିଛନ୍ତି।
୧୮ ନମ୍ବର ୱାର୍ଡରେ ଶଙ୍କର୍ଷଣ ବାରିକ, ଭରତ ସାହୁ ଓ ନିରଞ୍ଜନ ଲାହା; ୧୯ ନମ୍ବର ୱାର୍ଡରେ ସୌରଭ ସାହୁ, ବଳରାମ ସାହୁ ଓ କବିତା ସାହୁ; ୨୦ ନମ୍ବର ୱାର୍ଡରେ କାର୍ତ୍ତିକ ବେହେରା, ରବିନାରାୟଣ ଖୁଣ୍ଟିଆ ଓ ସୌମ୍ୟପଦ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି।
ଏହାପରେ ୨୧ ନମ୍ବର ୱାର୍ଡରେ ସନ୍ତୋଷ କୁମାର ସାହୁ, ସନ୍ତୋଷ କୁମାର ଜେନା ଓ ସରୋଜିନୀ ଦାସ; ୨୨ ନମ୍ବର ୱାର୍ଡରେ ଅଜୟ ରାୟ, ଅକ୍ଷୟ ସାହୁ ଓ ଅସିତ କୁମାର ଖୁଣ୍ଟିଆ; ୨୩ ନମ୍ବର ୱାର୍ଡରେ ସୁଶୋଭନ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ରାମକାନ୍ତ ମିଶ୍ରଙ୍କୁ ଯଥାକ୍ରମେ ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାରୀ ଭାବେ ଚୟନ କରାଯାଇଛି।
୨୪ ନମ୍ବର ୱାର୍ଡରେ ସତ୍ୟ ରଞ୍ଜନ ନାଥ, ଅକ୍ଷୟ ନାଥ ଓ ରଶ୍ମିତା ଘଡ଼େଇ; ୨୫ ନମ୍ବର ୱାର୍ଡରେ ଅକ୍ଷୟ ଦାସ, ସୁଦର୍ଶନ ନାଥ ଓ ଅନିଲ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ୨୬ ନମ୍ବର ୱାର୍ଡରେ ପ୍ରକାଶ କୁମାର ସ୍ୱାଇଁ, ପୁନିଲ ସାମନ୍ତ ଓ ରଞ୍ଜନ ମହାନ୍ତି; ୨୭ ନମ୍ବର ୱାର୍ଡରେ ପ୍ରଶାନ୍ତ କୁମାର ସାହୁ, ରଶ୍ମିପ୍ରିୟା ସାହୁ ଓ ମାମୁନି ଘଡ଼େଇ; ୨୮ ନମ୍ବର ୱାର୍ଡରେ ମହେଶ୍ୱର ନାୟକ, ମହେନ୍ଦ୍ର ପାତ୍ର ଓ ପ୍ରହଲ୍ଲାଦ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ଶେଷରେ ୨୯ ନମ୍ବର ୱାର୍ଡରେ ଅମ୍ବରିଶ ବାହାଳି, ତପନ ମାଝୀ ଓ ସୁଦାମ ରାଉତ ଏବଂ ୩୦ ନମ୍ବର ୱାର୍ଡରେ ଚନ୍ଦନ କୁମାର ରାଉତ, ପ୍ରକାଶ କୁମାର ପରିଡ଼ା ଓ ପ୍ରତାପ ବାରିକଙ୍କୁ ଯଥାକ୍ରମେ ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଦଳର ସାଂଗଠନିକ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ସହ ୱାର୍ଡସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ୱୟ ବଢ଼ାଇବା ଦିଗରେ ଏହି ଦାୟିତ୍ୱ ବଣ୍ଟନ ଗୁରୁତ୍ୱପୂର୍ଣ୍ଣ ବୋଲି ଦଳୀୟ ମହଲରେ କୁହାଯାଇଛି।

Share the News .....

Leave a Reply

Your email address will not be published. Required fields are marked *