ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ପୁରୀ : ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ସହ ଅନ୍ୟ ସମସ୍ତ ବିଧାନସଭାର କାର୍ଯ୍ୟକାରିଣୀ କମିଟି ସଦସ୍ୟଗଣଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ନିର୍ବାଚନ କମିଶନଙ୍କୁ ଟାର୍ଗେଟକରି ପୁରୀ ବିଧାନସଭାର ଅନେକ ତଥ୍ୟ ପ୍ରଦାନ କରି କୋଉଠି ଜିରୋ ନମ୍ବର ଘରତ କୋଉଠି ଘର ନମ୍ବର ଜାଗାରେ ଅନେକ ସହିର ନାମ ଥିବା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ଭୋଟର ପକୃତ ଭୋଟର ନୁହନ୍ତି ବୋଲି ସନ୍ଦେହ ପ୍ରକାଶ କରିବା ସହ ପୁରୀରେ ଆନ୍ଦ୍ରପ୍ରଦେଶର ଅନେକ ଭୋଟର, କୋଲକାତାର ଅନେକ ଭୋଟର, ଝାରଖଣ୍ଡର ଅନେକ ଭୋଟରଙ୍କ ସହ ଛତିଶଗଡ଼ ଏବଂ ଅନ୍ୟ ରାଜ୍ୟରେ ଭୋଟର ଆଇଡି ଥିବା ଲୋକଙ୍କ ଏଠାରେ ଭୋଟର ଆଇଡି ହୋଇଛି ଏବଂ ଭୋଟ ମଧ୍ୟ ଦେଇଛନ୍ତି ବୋଲି ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଉକ୍ତି ବାଢ଼ିଛନ୍ତି । ଏହାର ପ୍ରମାଣ ସହ ଖୁବଶୀଘ୍ର ଜ଼ିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ସେ କହିଛନ୍ତି। ଏଥିସହ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ହେଲେ ପୁରୀରେ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ପୁରା ବିପର୍ଯ୍ୟସ୍ତ ପେଟ କାଟିଲେ ଭୁବନେଶ୍ୱର ଯିବାକୁ ପଡୁଛି ନହଲେ କଟକ ରେଫର ହଉଛନ୍ତି ରୋଗୀ । ପୁରୀ ସରକାରୀ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ଉଠି ଯାଇଥିବା ବେଳେ ଅନେକ ଜୀବନ ପ୍ରତ୍ୟକ ଦିନ ଯାଉଛି କହିଲେ ଚଳେ। ପୁରୀ ମେଡିକାଲ ନର୍କ ଠାରୁ କମ ନୁହଁ କେବେ ଖୋଲିବା ପୁରୀରେ ମଲ୍ଟି ସ୍ପେସିଆଲ ହସ୍ପିଟାଲ ଡବଲ ଇଞ୍ଜିନର ପୁରୀ ଲୋକସଭା ପାର୍ଥି ସମ୍ବିତ ବାବୁ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଙ୍କୁ ଜବାବ ମାଗିଛନ୍ତି । ପୁରୀରେ ଅନତି ଦିନରୁ ବଡଦାଣ୍ଡରେ ଲକ୍ଷ ଲକ୍ଷ ପର୍ଯ୍ୟଟନ ବଡଦାଣ୍ଡ ଦେଇ ଗଲାବେଳେ ନାଏକପ୍ଳାଜା ପାଖରେ ଲାଗିଛି ଆମ ସରକାରଙ୍କର ଗର୍ବ ଗୌରବ ର ଟେଣ୍ଟ । ସେହି ଟେଣ୍ଟରେ ବର୍ଷ ତମାମ ଉଠାଦୋକାନୀଙ୍କ ହକ ପାଇଁ ଦାବିକରି ଆନ୍ଦୋଳନ ଚାଲିଛି ।ଡବଲ ଇଞ୍ଜିନ ସରକାରର ପୁରୀର ଲୋକସଭା ପାର୍ଥି ନିର୍ବାଚନ ପୂର୍ବରୁ ଉଠାଦୋକାନୀଙ୍କ ସମସ୍ୟା ଦୁରକରିବେ କହିଥିଲେ କାହିଁକି ଚୁପ କାହିଁକି ନିଦ୍ରାରେ ସରକାର ବୋଲି ପ୍ରଶ୍ନ କରିଥିଲେ ? ସେମିତି ପୁରୀର ବସ୍ତି ବାସିନ୍ଦା ଙ୍କ କଥା ଜଣଙ୍କୁ ସବୁକିଛି ଆଉ ଜଣଙ୍କୁ କିଛି ନଥିଲା ଭଳି ପୁରୀରେ ବସ୍ତି ଥଇଥାନ ପଟ୍ଟା ଆଜି ପଯ୍ୟନ୍ତ ବଣ୍ଟା ଯାଇପାରିଲା ନାହିଁ କିଛି ବାଣ୍ଟି ଦେଇ ସମ୍ବିତ ପାତ୍ର ଚିର ଅଚିନ୍ତା ନିଦ୍ରାରେ । ସେମିତି ଜ଼ିଲ୍ଲା ସ୍ତରରେ କୋଣାର୍କର ଜମିଜମା ସମସ୍ୟା, ନିମାପଡ଼ା ର ରାସ୍ତା ଘାଟରେ ସବୁଠି ଦୁର୍ନୀତି ଏବଂ ପ୍ରତ୍ୟକ ଅଫିସ ରେ ପିସି ନେଇ କାର୍ଯ୍ୟ ଚାଲିଥିବା ବିଜେପି ନେତା ସମୀର ଦାଶ ନିଜେ ମୁଁହ ଖୋଲି କହିଛନ୍ତି । ସେଇଭଳି ପିପିଲିରେ ବାଲିଘାଟ କରି ବିଧାୟକଙ୍କ ନାଲିଆଖି ତଳେ ଆମ ଜ଼ିଲ୍ଲା ପ୍ରଶାସନ ଗାଁ ଗାଁ ରେ ଲଢେଇ ଠାରୁ ବାଲି ଚୋରା ଚାଲାଣ ପାଇଁ ସାମ୍ବାଦିକଙ୍କ ସହ ତାଙ୍କ ସହପାଠୀ ଙ୍କ ଜୀବନ ଯାଇଥିବା କଥା କହି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କୁ ଘେରିଥିବା ବେଳେ ବ୍ରହ୍ମଗିରିରେ ଚିଲିକା ଉପରେ ବ୍ରିଜ ଆଜିବି ମାଟି ପଡ଼ିପାରିଲା ନାହିଁ ବୁଲେଟ ଟ୍ରେନ ଭଳି ସ୍ୱପ୍ନ ବୋଧେ ବ୍ରହ୍ମଗିରି ପାଇଁ । ସତ୍ୟବାଦୀରେ ସତ୍ୟତା ଲୁଚି ରହିଗଲା ଭଳି ଆଜିବି ଜଙ୍ଗଲ ଭିତରେ ବକୁଳବନର ଉଦ୍ଧାର ହୋଇପାରିନାହିଁ କେବେ ଉଦ୍ଧାର ହେବ ? ଅନେକ ଗାଁ ଗଣ୍ଡାରେ ସରକାରୀ ପ୍ରୋତ୍ସାହନା ମିଳିପାରୁନି ଆଜିବି ଏହି ସବୁ ପ୍ରଶ୍ନ ଭିତରେ ପୁରୀ ଜ଼ିଲ୍ଲା ଯୁବକ ସବୁ ବେକାର ତାଙ୍କ ପାଇଁ କେବେ ଦୃଷ୍ଟି ଫିଟିବ ସରକାରଙ୍କର । ପୁରୀରେ ହଜାର ହଜାର ହୋଟେଲ ଶିଳ୍ପ ହେଲେ ପୁରୀରେ ଗୋଟେ ସ୍କିଲ-ଡେଭଲପ୍ମେଣ୍ଟ ଟ୍ରେନିଙ୍ଗ ସେଣ୍ଟର ନାହିଁ ବୋଲି ଆଜି ପୁରୀରେ ୩୦ହଜାର ରୁ ଉର୍ଧ୍ୱ ଅଲଗା ରାଜ୍ୟର ଯୁବକ ପୁରୀର ହୋଟେଲ ଶିଳ୍ପରେ ନିଯୁକ୍ତି କରୁଛନ୍ତି । କଣ ପାଇଛି ଡବଲ ଇଞ୍ଜିନ ସରକାରରେ ପୁରୀ ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଓ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ । ଏଥିସହ ପୁରୀରେ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀର ଯୁବକ ମାନେ ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ସହ ସମସ୍ତଙ୍କୁ କାର୍ଯ୍ୟପନ୍ଥା ବଣ୍ଟା ଯାଇଛି ଏବଂ ଗ୍ରାଉଣ୍ଡ ସ୍ତରରୁ କଂଗ୍ରେସ କୁ ମଜବୁତ କରିବାକୁ ଲକ୍ଷ ରଖି ୧୦ଦିନ ରେ ୧୫ଟି କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପୁରୀ ଜ଼ିଲ୍ଲାରେ ଯୁବକଂଗ୍ରେସକୁ ମଜବୁତ କରିବାକୁ କାର୍ଯ୍ୟପନ୍ଥା ବଣ୍ଟା ଯାଇ ଏହାକୁ ଅନୁସରଣ କରି ଆଗାମୀ ଦିନରେ ଜ଼ିଲ୍ଲା ଯୁବକଂଗ୍ରେସ ଓ ପ୍ରତ୍ୟକ ବିଧାନସଭା ସ୍ତରର କାର୍ଯ୍ୟକାରୀ କମିଟି ମଜବୁତର ସହ ପୁନଃ ଗଠନ କରାଯିବାକୁ ବୈଠକରେ ସ୍ଥିରୀକୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ନେତା ଏବଂ ପୂର୍ବତନ ଜ଼ିଲ୍ଲା ଯୁବ ଓ ଛାତ୍ରନେତା ମାନେ ସାମିଲ ହୋଇଥିଲେ ।

ଏହି ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଯୁବକ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ ପୁରୀ ବାର ଅସୋସେସନ ସଭାପତି ବରିଷ୍ଠ ପୁରୀ ଜ଼ିଲ୍ଲା କଂଗ୍ରେସର ନେତା ପ୍ରେମାନନ୍ଦ ମହାନ୍ତି, ରାଜ୍ୟ ପିସିସି ସକ୍ରେଟେରୀ ଲଲାଟେନ୍ଦୁ ଦାସ ଓ ସୁକାନ୍ତ ପ୍ରଧାନ, ଜ଼ିଲ୍ଲା ମହିଳା ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ପୁରୀ ଟାଉନ ସଭାପତି ଅମରେନ୍ଦ୍ର ପାଇକରାଏ, ଜ଼ିଲ୍ଲା ନେତୃତ୍ୱ ଲଲାତେନ୍ଦୁ ସିଂ ଓ ରଜତ ସାହୁ । ଏହି ବୈଠକରେ ପୁରୀ ଜ଼ିଲ୍ଲା କଂଗ୍ରେସ ଓବିସି ବିଭାଗୀୟ ଅଧ୍ୟକ୍ଷ ରଶ୍ମୀକାନ୍ତ ସାହୁଙ୍କ ଉପସ୍ଥିତି ରହିଥିଲା ।

Share the News .....

Leave a Reply

Your email address will not be published. Required fields are marked *