ରମ୍ଭା ଥାନା ତରଫରୁ ସାଇବର୍ ଅପରାଧ ଓ ନିଶାମୁକ୍ତ ଅଭିଯାନ

ରମ୍ଭା : ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ତରଫରୁ ସାଇବର୍ ଫ୍ରଡ ଓ ନିଶା ନିବାରଣ ସଚେତନତା କର୍ମଶାଳା ଅଧକ୍ଷ ଡ଼ ସି ଏଚ ସୁଧାକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ଏସ ଡି ପି ଓ ଚନ୍ଦନ କୁମାର ଘଡେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ଗଞ୍ଜାମ ପୋଲିସ ଜିଲ୍ଲା ସାଇବର୍ ଅପରାଧ ନିୟନ୍ତ୍ରଣ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଡ଼ିଜିଟାଲ୍ ସାଇବର୍ ଠକେଇ ଓ ମୋବାଇଲ ବ୍ୟବହାର ସମୟରେ ସତର୍କତା ସମ୍ପର୍କରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ସୁବଳୟା ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ରମ୍ଭା ଥାନା ଅଧିକାରୀ କୁମର ମୁଦୁଲିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟତମ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ଵାଳ ପୋଲିସ ବ୍ୟବସ୍ଥା, ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବେଆଇନ ଭାବେ ମଦ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରିଥିଲେ । ହୁମ୍ମା ଫାଣ୍ଡି ଅଧିକାରୀ ପ୍ରଶାନ୍ତ ଦାଶ ଉପସ୍ଥିତ ରହି ଉତ୍ସାହିତ ସମସ୍ତଙ୍କୁ କରିଥଲେ l ପ୍ରାରମ୍ଭରେ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଅତିଥି ମାନଙ୍କ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ସୁବଳୟା ଗ୍ରାମ କମିଟି ସଭାପତି ରାମହରି ସାହୁ, ପୁର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ସଭାପତି କହ୍ନେଇ ନାୟକ,ସଦସ୍ୟ ଅଶୋକ କୁମାର ସାହୁ,ଶଶୀ ଭୂଷଣ ସାହୁ,ବରିଷ୍ଠ ନାଗରିକ ପୀତାମ୍ବର ସାହୁ ,ଦୁର୍ଗା ଚରଣ ବେହେରା,ଗୋଲକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟା ଏବଂ ଅଞ୍ଚଳର ପ୍ରଜାପିତା ବ୍ରହ୍ମାକୁମାରୀ ଭଉଣୀ ମାନେ ଉପସ୍ଥିତ ରହି ରମ୍ଭା ପୋଲିସ୍ ସମିତିର ଅଧିକାରୀ ମାନଙ୍କୁ ରାକ୍ଷୀ ବନ୍ଧନ କରି ଶୁଭ ମନାସିଥିଲେ । ଶେଷରେ ଅଧ୍ୟାପିକା ଅନୀତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
