ପଣ୍ଡିତ ବାସୁଦେବ ମହାପାତ୍ରଙ୍କ ୧୩୮ତମ ଜୟନ୍ତୀ ଉତ୍ସବ ପାଳିତ

ପୁରୀ : ପଣ୍ଡିତ ବାସୁଦେବ ମହାପାତ୍ର ସ୍ମୃତି ସ୍ମାରକୀ ଓ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା, ପୁରୀର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ବାସୁଦେବ ମହାପାତ୍ରଙ୍କ ୧୩୮ତମ ଜୟନ୍ତୀ ଉତ୍ସବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରରେ ପାଳିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥିଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇ କହିଲେ ସତ୍ୟବାଦୀର ଉଜ୍ଜ୍ୱଳ ଜ୍ୟୋତିଷ୍କ ପ୍ରଚଣ୍ଡ ପ୍ରତିଭା, ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ବାସୁଦେବ ମହାପାତ୍ରଙ୍କ ଜୀବନ ଦର୍ଶନ ସାମ୍ପ୍ରତିକ ଯୁବ ସମାଜ ପାଇଁ ବାସ୍ତବିକ ପ୍ରଣିଧାନ ଯୋଗ୍ୟ l ସେ ଏକାଧାରରେ ଜଣେ ସାହିତ୍ୟ ଅନୁରାଗୀ, ସମାଜସେବକ ଭାବେ ଓଡ଼ିଶାରେ ପରିଚିତ ଥିଲେ l ସେ ଥିଲେ ଯୁବପିଢ଼ି ପାଇଁ ନୀତି ନୈତିକତାର ଆଦର୍ଶର ପ୍ରତୀକ l ତାଙ୍କର କର୍ମମୟ ଜୀବନର ଅଧିକ ସମୟ ସତ୍ୟବାଦୀ ବନ ବିଦ୍ୟାଳୟରେ ବିତିଥିଲା l ସେ ୭୩ଖଣ୍ଡ ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟର ଶବ୍ଦ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ l ସେଥିପାଇଁ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ଦୁଇଥର ସମ୍ମାନିତ କରିଥିଲା l ଏହି ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨ ଲକ୍ଷ ଟଙ୍କା ଦାନ କରିଥିଲେ l ଏହି ଦାନ ଅର୍ଥର ଯେଉଁ ସୁଧ ମିଳିବ ପ୍ରତିବର୍ଷ ବିଶ୍ୱବିଦ୍ୟାଳୟର କୃତି ପ୍ରଥମ ଛାତ୍ରଙ୍କୁ ପୁରସ୍କୃତ କରାଯିବ l ପଣ୍ଡିତ ମହାପାତ୍ରଙ୍କ ପୌତ୍ର ଡକ୍ଟର ବୀରେନ୍ଦ୍ର କୁମାର ମହାପାତ୍ର ସ୍ମୃତି ସ୍ମାରକୀର ସଭାପତି ବରିଷ୍ଠ ଆଇନଜୀବୀ ବିନୟ ନୃସିଂହ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିର୍ଦେଶକ ଡକ୍ଟର ପ୍ରଭାତ କୁମାର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ହରିହର ହୋତା, ଉତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରବିନାରାୟଣ ଦାଶ, ବରିଷ୍ଠ ଶିକ୍ଷାବିତ ରାଜକିଶୋର ସାହୁ, ଐତିହାସିକ ଭୀମସେନ ମହାପାତ୍ର, ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଆୟୋଜନ ସମିତିର ଉପାଧ୍ୟକ୍ଷ ହରିହର ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ l ପ୍ରାରମ୍ଭରେ ଭୀମସେନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧିବକ୍ତା ସର୍ବାଣୀ ଦାସ ଉତ୍ସବକୁ ସଂଯୋଜନା କରିଥିଲେ l ଏହି ଅବସରରେ ପଣ୍ଡିତ ବାସୁଦେବ ମହାପାତ୍ରଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ସତ୍ୟବାଦୀ ସୌରଭ, ଭୂତ ନାଟକ ଓ ସ୍ମାରକ ଗ୍ରନ୍ଥ ଆଦି ୩ଟି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l ଏହି ଅବସରରେ ସାମାଜିକ କର୍ମୀ ପ୍ରତିଭା ତ୍ରିପାଠୀ, ଶିକ୍ଷାବିତ ପ୍ରଭାତ ଚନ୍ଦ୍ର ରଥ, ଐତିହାସିକ ଭୀମସେନ ମହାପାତ୍ର, ପ୍ରଫେସର ହରିହର ହୋତା, ସ୍ବର୍ଗତ ପ୍ରଫେସର ସୁନୀଲ କୁମାର ରଥଙ୍କୁ ପଣ୍ଡିତ ବାସୁଦେବ ମହାପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷାବିତ ଡମ୍ବରୁଧର ମହାପାତ୍ର, ଭବାନୀ ମହାପାତ୍ର, ବୀରେନ୍ଦ୍ର ମହାପାତ୍ର, ସ୍ଵର୍ଣ୍ଣଲତା ଷଡ଼ଙ୍ଗୀ, ହୃଷିକେଶ ମିଶ୍ର, ଭାସ୍କର ମିଶ୍ର, ମିଶ୍ର, ସନ୍ଦୀପ କର୍ମକାର, ତପନ ସେଠୀ, ଦୀପକ କୁମାର ପଣ୍ଡା, ରାଜକିଶୋର ମହାନ୍ତି ଦେବଦତ୍ତ ମହାପାତ୍ର ଓ ଅରୁଣ କୁମାର ମିଶ୍ର ପ୍ରମୁଖ l

Share the News .....

Leave a Reply

Your email address will not be published. Required fields are marked *