ତିନି ଜଣ ବ୍ରାଉନ ସୁଗାର ବେପାରୀ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ଗିରଫ

ପୁରୀ ; ଅପରେସନ “ଚକ୍ର” ଅଭିଯାନରେ ପୁଣି ତିନି ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଚନ୍ଦନପୁର ଥାନା ପୋଲିସ ଗିରଫ କରିଛି। ଗୁରୁବାର ସକାଳେ ଲୁଚିଛପି ଭାଇଲିପୁର ନିକଟରେ ଜଣେ ଆନ୍ତଃଜିଲ୍ଲା ବ୍ରାଉନ ସୁଗାର ବେପାରୀ ବ୍ରାଉନ ସୁଗାର ବିକ୍ରି ପାଇଁ ତିନି ଜଣ ବ୍ୟକ୍ତିଙ୍କ ସହିତ ମୁଲଚାଲ କରୁଥିବା ବେଳେ ଚନ୍ଦନପୁର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଥିଲେ। ପୋଲିସ ସମସ୍ତ ୩ ଜଣ ଆସାମୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୦.୫୦ ଗ୍ରାମ ବ୍ରାଉନ ସୁଗାର, ୩ଟି ମୋବାଇଲ୍ ଫୋନ୍ ଓ ନଗଦ ୯,୦୦୦/- ଟଙ୍କା ଜବତ କରିଛି। ଆଜି ସେମାନଙ୍କୁ ମାନ୍ୟବର ଜିଲ୍ଲା ଓ ଦାୟରା ଜଜ୍, ପୁରୀଙ୍କ ଆଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି।

Share the News .....

Leave a Reply

Your email address will not be published. Required fields are marked *