ସଖାସହାୟ ଓ ସାହିଭାଇ ସଂଗଠନର ରକ୍ତଦାନ ଶିବିର

ପୁରୀ : ପୁରୀ ଜିଲ୍ଲା ଚିକିତ୍ସାଳୟରେ ରକ୍ତାଭାବକୁ ଦୃଷ୍ଟିରେ ରଖି ସଖା ସହାୟ ଓ ସାହିଭାଇ ସଂଗଠନର ଯୁଗ୍ମ ପ୍ରଚେଷ୍ଟାରେ ରାଣୀ ସତୀଭବନ, ବଡଶଙ୍ଖ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ମୋଟ ୪୦ unit ରକ୍ତ ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ସ୍ୱେଛାପୂର୍ବକ ଦାନ କରିଛନ୍ତି । ଏହି ଶିବିରକୁ ପୁରୀ ବ୍ଲଡ୍ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସଫଳ କରିଛନ୍ତି । ସଖା ସହାୟର ଅଧ୍ୟକ୍ଷ ଶ୍ରୀ ଦିବାକର ହାତି ଓ ସହିଭାଇ ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବ୍ରଜବନ୍ଧୁ ମହାରଣା ରକ୍ତଦାନ ଶିବିରର ଉଦ୍ଘାଟନ କରିଥିଲେ। ପୁରୀ ମେଡିକାଲ ବ୍ଲଡ୍ ବ୍ୟାଙ୍କର ଅଧିକାରୀ ଶିବିରକୁ ପରିଦର୍ଶନ କରି ସଂଗଠନମାନଙ୍କ ଏହି ପ୍ରୟାସକୁ ସ୍ୱାଗତ କରିଥିଲେ । ଶେଷରେ ସାହିଭାଇ ସଂଗଠନର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ସମସ୍ତ ରକ୍ତଦାତା, ସେବାଦାତା, ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
